Friday, October 2, 2026
29.9 C
Odisha

    ମାଛ ର ଅନେକ ଉପକାରିତା

    ଆଗକୁ ପଢନ୍ତୁ

    ଡାକ୍ତରମାନେ ପରାମର୍ଶ ଦିଅନ୍ତି। ମାଛରେ ପ୍ରୋଟିନ୍, ଓମେଗା-୩ ଫ୍ୟାଟି ଏସିଡ ରହିଥାଏ। ଯାହା ଅନେକ ରୋଗରୁ ଦୂରେଇ ରଖିବା ସହ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ।ଭୋଜନରେ ଓମେଗା-୩ ଭରପୁର ମାତ୍ରାରେ ନେବା ଦ୍ବାରା ହୃଦୟ ଜନିତ ରୋଗ ହୁଏ ନାହିଁ।

    ଯଦି ଭୋଜନରେ ଭରପୁର ମାତ୍ରାରେ ମାଛ ସାମିଲ କରୁଛନ୍ତି ତେବେ ଆପଣଙ୍କୁ ମଧୁମେହ ରୋଗ ହେବାର ଆଶଙ୍କା କମ୍ ଥାଏ।ଷ୍ଟ୍ରୋକ୍ ଏବଂ ହୃଦଘାତ୍ ଭଳି ପ୍ରାଣଘାତକ ରୋଗରୁ ମାଛ ସୁରକ୍ଷା ପ୍ରଦାନ କରେ। ପ୍ରୋଟିନ୍ ଅଧିକ ମାତ୍ରାରେ ଥିବା କାରଣରୁ ଶରୀରରେ ମେଟାବୋଲିଜମ୍(ବିପାକ କ୍ରିୟା) ସ୍ତର ବଢିଥାଏ।

    ମାଛ ଶରୀରକୁ ସୁସ୍ଥ ରଖିବା ସହ ମସଲ୍‌ସକୁ ମଜବୁତ କରିଥାଏ। ଏହା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ମାଛ ଖାଇବା ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ଏହା ସହ ସ୍ମରଣ ଶକ୍ତି ହ୍ରାସ(ମେମୋରି ଲସ୍) ହେବାର ଆଶଙ୍କା କମ୍ ଥାଏ। ଏକାଗ୍ରତା ମଧ୍ୟ ବଢିଥାଏ।ଓମେଗା-୩ ଏସିଡ୍ ଆଖିର ଜ୍ୟୋତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।

    ମାଛ ଖାଇବା ଦ୍ବାରା ନିଦ ଭଲ ଭାବରେ ହୋଇଥାଏ। ଯଦି ନିଦ ଜନିତ ସମସ୍ୟା ରହିଛି, ତେବେ ନିୟମିତ ମାଛ ଖାଆନ୍ତୁ। ମାଛରେ ଥିବା ଭିଟାମିନ୍-ଡି ଉତ୍ତମ ନିଦ କରାଇବା ପାଇଁ ଲାଭଦାୟକ ହୋଇଥାଏ।

    ତ୍ବଚା ପାଇଁ ମଧ୍ୟ ମାଛ ଲାଭକାରୀ ହୋଇଥାଏ। ମାଛ ଖାଇବା ଦ୍ବାରା ବ୍ରଣ ସମସ୍ୟା ଦୂର ହୋଇଥାଏ। ମାଛ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟେରୋଲ ମାତ୍ର କମ୍ ହୋଇଥାଏ। ଯଦି ଆପଣଙ୍କର ହାଇ- କୋଲେଷ୍ଟେରୋଲ ରହିଥାଏ, ତେବେ ଆପଣଙ୍କ ପାଇଁ ମାଛ ଫଳପ୍ରଦ ସାବ୍ୟସ୍ତ ହେବ।

    ମାଛ ଖାଇବା ଦ୍ବାରା ଷ୍ଟ୍ରୋକ୍ ହେବାର ଆଶଙ୍କା କମ୍ ଥାଏ। ଏଥିରେ ଥିବା ଭିଟାମିନ୍-ଡି ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଇଥାଏ।

    ମାଛ ଖାଇବା ଦ୍ବାରା କର୍କଟ ରୋଗ ହେବାର ସମ୍ଭାବନା କମ୍ ଥାଏ।
    ଯଦି ଆପଣଙ୍କୁ ଉଚ୍ଚ-ରକ୍ତଚାପ ଜନିତ ସମସ୍ୟା ରହିଥାଏ, ତେବେ ମାଛ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ମାଛ ଖାଇବା ଦ୍ବାରା ଉଚ୍ଚ-ରକ୍ତଚାପ ନିୟନ୍ତ୍ରିତ ରହିଥାଏ।

    ଯଦି ଆପଣ ମେଦ ବହୁଳତାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଆପଣ ଭୋଜନରେ ମାଛ ସାମିଲ କରିପାରିବେ। ଏହା ଦ୍ବାରା ମେଦ ବହୁଳତା ଦୂର ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ