Wednesday, April 1, 2026
30.8 C
Odisha

    ମାଟି ହାଣ୍ଡିର କମୁଛି ଚାହିଦା: ସଙ୍କଟରେ କୁମ୍ଭକାରଙ୍କ କୌଳିକ ବୃତ୍ତି

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ଗ୍ରୀଷ୍ମଋତୁରେ ମାଟିହାଣ୍ଡିର ଥଣ୍ଡା ପାଣି ସମସ୍ତଙ୍କ ଶୋଷ ମେଣ୍ଟାଇଥାଏ। ପ୍ରାଚୀନ କାଳରୁ ଲୋକେ ମାଟିହାଣ୍ଡିର ଜଳ ବ୍ୟବହାର କରୁଥିଲେ। ଏବେ କିନ୍ତୁ କିଛି ସ୍ଥାନରେ ଥିବା ଜଳଛତ୍ର ଗୁଡିକରେ ମାଟି ହାଣ୍ଡିର ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଏହା ବ୍ୟତୀତ ପୂର୍ବରୁ ପୂଜାପର୍ବାଣୀରେ ମାଟିରେ ନିର୍ମିତ ବିଭିନ୍ନ ପ୍ରକାର ପତ୍ର ଖୋଜା ପଡ଼ିଥାଏ। ହେଲେ  ଧୀରେଧୀରେ ମାଟି ପାତ୍ରର ଚାହିଦା କମିବାରେ ଲାଗିଛି।

    ଗ୍ରୀଷ୍ମଋତୁରେ ମାଟି ହାଣ୍ଡିର ଚାହିଦା ‌ବେଶ୍‌ ବଢ଼ିଯାଏ। ମାଟି ହାଣ୍ଡିର ପାଣି ପିଇଲେ ବିଭିନ୍ନ ପ୍ରକାର ରୋଗରୁ  ମୁକ୍ତି ମିଳିଥାଏ। ଏହା ବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ। ଯାହା ଫଳରେ ଅନ୍ୟ ଋତୁ ଅପେକ୍ଷା। କିନ୍ତୁ ପରିବର୍ତ୍ତିତ ଆଧୁନିକ ଚଳଣୀରେ ମାଟି ପାତ୍ର ପ୍ରତି ‌ଲୋକଙ୍କ ଆଗ୍ରହ କମିବାରେ ଲାଗିଛି। ଲୋକେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପାଇଁ ଧୀରେଧୀରେ ମାଟି ପାତ୍ରକୁ ଅଣଦେଖା କରୁଛନ୍ତି। ମାଟି ପାତ୍ର ସ୍ଥାନ ନେଲାଣି ଅତ୍ୟାଧୁନିକ ବିଭିନ୍ନ ପ୍ରକାର ଷ୍ଟିଲ, ଆଲୁମିନିୟମ,ଫାଇବର ଓ କାଚ ପ୍ରଭୃତିରେ ନିର୍ମିତ ଫିଲଟର୍, ଆକୁଆ ଗାର୍ଡ,ଫ୍ରୀଜ୍ ସମେତ ବିଭିନ୍ନ ପ୍ରକାର ବୈଦୁତିକ ସାମଗ୍ରୀ।

    ଅତ୍ୟାଧୁନିକ ବୈଦୁତିକ ସାମଗ୍ରୀରେ ଖୁବଶିଘ୍ର ସମେତ ଜିନିଷ ପ୍ରସ୍ତୁତ ହୋଇଥାଏ ଏବଂ ଦେଖିବାକୁ ମଧ୍ୟ ଭଲ ଥିବାରୁ ବର୍ତ୍ତମାନ୍ ଟଙ୍କାକୁ ନଦେଖି ଗରିବ ଠାରୁ ଧନୀ ଶ୍ରେଣୀର ପରିବାରରେ ବୈଦୁତିକ ସାମଗ୍ରୀ ବ୍ୟବହାର ବଢ଼ିବାରେ ଲାଗିଛି । ଏହା ଛଡା ଦ୍ଵିପାବଳି ସମୟରେ ମଧ୍ୟ ରାଜ୍ୟ ବାହାରୁ ଆସୁଥିବା ରଙ୍ଗବେରଙ୍ଗର ଦୀପର ବିକ୍ରି ବୃଦ୍ଧି ପାଇଥାଏ। ମାଟି ଦୀପ ଜାଳିବା ପରମ୍ପରା ମଧ୍ୟ ହଜିବାକୁ ବସିଲାଣି। ଏପରିକି ପୂର୍ବରୁ ମାଟିରେ ତିଆରି ଖପର ଘରେ ଲୋକେ ରହୁଥିଲେ। କିନ୍ତୁ ବର୍ତ୍ତମାନ ଖପର ଘର ମଧ୍ୟ ବହୁତ୍ କମ୍ ଦେଖିବାକୁ ମିଳୁଛି। ଚାରିପଟେ ପକ୍କା ଘର ଦେଖିବାକୁ ମିଳୁଛି। ଫଳରେ ବହୁ କୁମ୍ଭକାର ପରିବାର ନିଜର କୌଳିକ ବୃତ୍ତି ଛାଡ଼ିବାକୁ ବସିଲେଣି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ