Thursday, November 19, 2026
18.4 C
Odisha

    ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ଆଶ୍ୱସ୍ତି, ଫର୍ମ ପୂରଣ ଅବଧି ୧୦ ଦିନ ବୃଦ୍ଧି

    ଆଗକୁ ପଢନ୍ତୁ

    କଟକ : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ବଢ଼ିଲା ୨୦୨୭ ବାର୍ଷିକ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷାର ଫର୍ମ ପୂରଣ ଅବଧି । ଏବେ ନଭେମ୍ବର ୩୦ ତାରିଖ ଯାଏଁ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ । ପୂର୍ବରୁ ନଭେମ୍ବର ୨୦ ତାରିଖକୁ ଫର୍ମ ପୂରଣର ଶେଷ ତାରିଖ ଭାବେ ଧାର୍ଯ୍ୟ କରିଥିଲା ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ଅବଧିକୁ ଆଉ ୧୦ ଦିନ ବୃଦ୍ଧି କରାଯାଇଛି ।

    ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବା ବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତିକୂଳ ପାଣିପାଗ ଓ ଯୋଗାଯୋଗ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଫର୍ମ ପୂରଣ କରିବାକୁ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

    ତେଣୁ ଯେଉଁ ଛାତ୍ରଛାତ୍ରୀମାନେ ଏଯାଏଁ ୨୦୨୭ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ପାଇଁ ଫର୍ମ ପୂରଣ କରିନାହାନ୍ତି, ସେମାନଙ୍କ ପାଇଁ ଏହା ଏକ ଅତିରିକ୍ତ ସୁଯୋଗ । ନଭେମ୍ବର ୩୦ ତାରିଖ ପୂର୍ବରୁ ଆବଶ୍ୟକ ପ୍ରକ୍ରିୟା ଶେଷ କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.4 ° C
    18.4 °
    18.4 °
    72 %
    1.4kmh
    100 %
    Thu
    18 °
    Fri
    21 °
    Sat
    23 °
    Sun
    28 °
    Mon
    28 °

    ସମ୍ବନ୍ଧିତ