Wednesday, December 24, 2025
18.4 C
Odisha

    ମାତା ବୈଷ୍ଣୋଦେବୀ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁ ଧ୍ୟାନ ଦିଅନ୍ତୁ, ଏବେ ସମୟ ସୀମା ଭିତରେ ଶେଷ କରିବାକୁ ହେବ ଯାତ୍ରା

    ଆଗକୁ ପଢନ୍ତୁ

    ଜମ୍ମୁ କଶ୍ମୀର : ମାତା ବୈଷ୍ଣୋଦେବୀ ଯାତ୍ରା କରିବାକୁ ଇଚ୍ଛୁକ ଥିବ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର । ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀ ମାତା ବୈଷ୍ଣୋ ଦେବୀ ଶ୍ରୀଇନ ବୋର୍ଡ ଗୁରୁତ୍ବପୂର୍ଣ୍ଣ ଆଦେଶ ଜାରି କରିଛି । ଯାହାକୁ ତତ୍କାଳ ଲାଗୁ କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ ଏବେ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ପାଇଁ ଯାତ୍ରା ପଞ୍ଜିକରଣ ସହିତ ଆରଏଫଆଇଡି ଯାତ୍ରା କାର୍ଡ ପାଇବା ବାଧ୍ୟତାମୂଳକ ।

    ଶ୍ରୀଇନ ବୋର୍ଡ ଅନୁସାରେ, ଶ୍ରଦ୍ଧାଳୁଙ୍କୁ ଆରଏଫଆଇଡି ଯାତ୍ରା କାର୍ଡ ପ୍ରାପ୍ତ କରିବାର ୧୨ ଘଣ୍ଟା ଭିତରେ ମା ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ ହେବ । ଆଉ ୨୪ ଘଣ୍ଟା ଭିତରେ ଯାତ୍ରା ପୂରଣ କରି ଫେରିବାକୁ ହେବ । ପୁର୍ବରୁ ଆରଏଫଆଇଡି ଯାତ୍ରା କାର୍ଡ ଯାତ୍ରା ଆରମ୍ଭ କରିବାର ୧୨ ଘଣ୍ଟା ଯାଏଁ ବୈଧ ଥିଲା । କିନ୍ତୁ ଯାତ୍ରା ଶେଷ କରିବା ପାଇଁ କୌଣସି ସମୟ ସୀମା ନଥିଲା । ଏବେ ଯାତ୍ରା ଶେଷ କରିବାର ସମୟ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି ।

    ତେବେ ମାତାଙ୍କ ନିକଟରେ ମାତ୍ରାଧିକ ଭିଡ଼ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ନୂଆବର୍ଷ ପୂର୍ବରୁ ଭିଡ଼କୁ ଦେଖି ଏଭଳି କରାଯାଇଛି । ଏମିତିରେ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଭବନ ପରିସର ଏବଂ ଅନ୍ୟ ପ୍ରମୁଖ ଧାର୍ମିକ ସ୍ଥଳରେ ଅତ୍ୟଧିକ ଭିଡ଼ ଏବଂ ଦଳାଚକଟା ସ୍ଥିତିରୁ ରକ୍ଷା ପାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଆରଏଫଆଇଡି କାର୍ଡ ରାତି ୧୨ ଯାଏଁ ମିଳିବ । ଏହା ପୂର୍ବରୁ ରାତି ୧୦ଟା ଯାଏଁ ମିଳୁଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    18.4 ° C
    18.4 °
    18.4 °
    38 %
    1.1kmh
    11 %
    Wed
    18 °
    Thu
    27 °
    Fri
    27 °
    Sat
    28 °
    Sun
    28 °

    ସମ୍ବନ୍ଧିତ