Saturday, October 3, 2026
28.9 C
Odisha

    ମାତ୍ର 2 ମିନିଟରେ ଜାଣିପାରିବେ ଖଜୁରୀ ଅସଲି ନା ନକଲି, କିଣିବା ପୂର୍ବରୁ କରନ୍ତୁ ଏହି ଟେଷ୍ଟ

    ଆଗକୁ ପଢନ୍ତୁ

     

    ଆଜିକାଲି ବଜାରରେ ନକଲି କିମ୍ବା ଭେଜାଳ ଖଜୁରୀ ମଧ୍ୟ ବିକ୍ରି ହେଉଛି। ତେଣୁ, ଖଜୁରୀ କିଣିବା ସମୟରେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ। ତେଣୁ, ଆଜି ଆମେ ଆପଣଙ୍କୁ କହିବୁ ଯେ କିପରି ଅସଲି ଏବଂ ନକଲି ଖଜୁରୀକୁ ଚିହ୍ନିବେ । ଖଜୁରୀ କିଣିବା ଏବଂ ଖାଇବା ସମୟରେ ଆପଣଙ୍କୁ କିଛି ଜିନିଷ ମନେ ରଖିବାକୁ ପଡିବ। ଏହା ଆପଣଙ୍କୁ କିଛି ମିନିଟ୍ ମଧ୍ୟରେ ନକଲି ଖଜୁରୀକୁ ଚିହ୍ନିବାରେ ସାହାଯ୍ୟ କରିବ।

    ପ୍ରକୃତ ଖଜୁରୀ ଚିହ୍ନିବା କିପରି ?

    ପ୍ରକୃତ ଖଜୁରୀ ଚିହ୍ନଟ କରିବା ପାଇଁ, ସେମାନଙ୍କର ଗଠନକୁ ଭଲଭାବେ ପରୀକ୍ଷା କରନ୍ତୁ। ଭଲ ଗୁଣବତ୍ତା ଖଜୁରୀର ବାହାରପଟ ଅଧିକ ନରମ ଏବଂ ଚିକ୍କଣିଆ ହୋଇଥାଏ। ଏହି ଖଜୁରୀର ଚାରିପାଖ ଗୋଟିଏ ହିଁ ରଙ୍ଗର ହୋଇଥାଏ। ଅସଲି ଖଜୁରୀ ଭିତରୁ ବହୁତ ମିଠା ହୋଇଥାଏ। ଏହାର ସ୍ୱାଦ ବାହାରୁ ଭିତର ଅପେକ୍ଷା ଟିକେ କମ ଲାଗିପାରେ। ଏଗୁଡ଼ିକ ଅତ୍ୟଧିକ ଓଦାଳିଆ, ଅଠାଳିଆ କିମ୍ବା ଅତ୍ୟଧିକ ସୁଖିଲା ଲାଗେନାହିଁ। ଅସଲି ଖଜୁରୀର ଏକ ସୁଗନ୍ଧ ଥାଏ।

    ଅସଲି ଏବଂ ନକଲି ଖଜୁରୀ ମଧ୍ୟରେ ପାର୍ଥକ୍ୟ

    1-ପାଣିରେ ବୁଡ଼ାଇ ଦେଲେ ଅସଲି ଖଜୁରୀର ରଙ୍ଗ ଛାଡ଼େ ନାହିଁ କିମ୍ବା ସେମାନଙ୍କର ଆକାର ବା ସେପ୍ ବଦଳେ ନାହିଁ। କିନ୍ତୁ, ନକଲି ଖଜୁରୀ ପାଣିରେ ବୁଡ଼ାଇ ଦେବା ମାତ୍ରେ ରଙ୍ଗ ଛାଡ଼ିବା ଆରମ୍ଭ କରେ।

    2- ଅସଲି ଖଜୁରୀ ବାହାରେ କମ୍ ମିଠା ଏବଂ ଭିତରେ ଅଧିକ ମିଠା ଥାଏ। କିନ୍ତୁ, ଚିନି କିମ୍ବା ଗୁଡ଼ ସିରା ଭଳି ନକଲି ଖଜୁରୀ ବାହାରେ ମିଠା ଥାଏ, କିନ୍ତୁ ଭିତରେ କମ୍ ମିଠା ଲାଗେ। ଏହି ଖଜୁରୀଗୁଡ଼ିକରେ ପିମ୍ପୁଡ଼ି ମଧ୍ୟ ଲାଗିଯାଆନ୍ତି ।

    3- ଅସଲି ଖଜୁରୀ ଶୁଖିଲା ଖଜୁରୀ ଅପେକ୍ଷା ମୋଟା ଏବଂ ଅଧିକ ଚିକଣ ହୋଇଥାଏ। ଭେଜାଲ ଖଜୁରୀ ହାଲୁକା, ପତଳା ଏବଂ କମ୍ ଚିକଣିଆ ହୋଇଥାଏ। ଏପରି ଖଜୁରୀର ଗୁଣବତ୍ତା ମଧ୍ୟ କମ୍।

    4- ଅସଲି ଖଜୁରୀରେ ଏକ ସତେଜ ଏବଂ ପ୍ରାକୃତିକ ଭାବରେ ମିଠା ସୁଗନ୍ଧ ଥାଏ, ଯେତେବେଳେ ନକଲି ଖଜୁରୀରେ ପ୍ରାୟତଃ ରଙ୍ଗ, ଚିନି ସିରା ଏବଂ କେମିକାଲ ଯୋଗୁଁ ଏକ ଅଦ୍ଭୁତ ଗନ୍ଧ ଥାଏ।

    5- ଅସଲି ଖଜୁରୀ ବାହାର ପାଖରୁ ଅତ୍ୟଧିକ ଓଦା କିମ୍ବା ଅଠାଳିଆ ନଥାଏ। କିନ୍ତି ନକଲି ଖଜୁରୀ ବାହାର ପାଖରୁ ଅଠାଳିଆ ଏବଂ ଓଦାଳିଆ ଲାଗିଥାଏ। ଏହି ଖଜୁରଗୁଡ଼ିକ ମଧ୍ୟ ଶୀଘ୍ର ନଷ୍ଟ ହୋଇଯାଏ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ