Wednesday, January 21, 2026
29.7 C
Odisha

    ମାନସିକ ପୂରଣ ହେଲେ କପିଳ ମୁନିଙ୍କ ନିକଟରେ ମାଟି ଦିଅନ୍ତି ଭକ୍ତ, ନୀତିକାନ୍ତି ଅନୁସାରେ ହୁଏ ପୂଜାର୍ଚ୍ଚନା

    ଆଗକୁ ପଢନ୍ତୁ

    ସୋର: ମାଟି ପ୍ରେମୀ କପିଳ ମୁନି । ମାନସିକ ରଖିଲେ ମାଟି ଦେବାକୁ ପଡିଥାଏ ଏଠାରେ । କୁହାଯାଏ ଛୋଟ ଛୋଟ ପିଲା ମାଟି ଖାଉଥିଲେ ଏବଂ ଦାନ୍ତ ଉଠୁନଥିଲେ କପିଳ ମୁନିଙ୍କ ନିକଟରେ ମାନସିକ ରଖନ୍ତି ପରିବାର ଲୋକେ । ମାନସିକ ପୂରଣ ହେଲେ ମାଟି ଦେବାକୁ ପଡିଥାଏ।

    ଏ ହେଉଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରି ଗାଁ । ୧୯୫୬ ମସିହାରେ କପିଳ ମୁନିଙ୍କୁ ସ୍ଥାନୀୟ ଲୋକ ଓ ସେତେବେଳର କୁପାରୀ ତହସିଲଦାର ନାରାୟଣ ଲେଙ୍କା ଗଙ୍ଗା ସାଗର ମେଳାରୁ ମାଟି ଆଣ କପିଳ ମୁନିଙ୍କୁ ସ୍ଥାପନ କରିଥିଲେ । ଏଠାରେ ମକର ସଂକ୍ରାନ୍ତି ବହୁତ ଧୁମଧାମରେ ପାଳନ କରିଥାନ୍ତି। ୧ ମାସ ଧରି ମେଳା ଅନୁଷ୍ଠିତ ହେବା ସହ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ମାନସିକ ରଖିଥାନ୍ତି।

    ପିଲାଙ୍କ ମୁଣ୍ଡରେ ଚୁଟି ନ ଉଠିଲେ , ଦାନ୍ତ ନ ଉଠିଲେ ବା ପିଲା ମାଟି ଖାଉଥିଲେ ବାବା କପିଳ ମୁନିଙ୍କ ନିକଟରେ ପରିବାର ଲୋକେ ମାନସିକ ରଖନ୍ତି । ବାବା ମାନସିକ ପୂରଣ କରୁଥିବାରୁ ଦୂରଦୂରାନ୍ତରୁ ଭକ୍ତମାନେ ଏଠାକୁ ଆସିଥାନ୍ତି । ଏବେ ଏଠାରେ ବାବାଙ୍କ ମୂର୍ତ୍ତି ସ୍ଥାପନା କରାଯାଇ ବହୁତ ଧୁମଧାମରେ ପୂଜାର୍ଚ୍ଚନା କରାଯାଉଛି । ମକର ସଂକ୍ରାନ୍ତି ଠାରୁ ଏଠାରେ ମେଳା ମହୋତ୍ସବ ସାଙ୍ଗକୁ ଯଜ୍ଞର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ବାବା କପିଳ ମୁନିଙ୍କ ନିକଟରେ ପାର୍ଶ୍ବ ଦେବାଦେବୀଙ୍କ ମୂର୍ତ୍ତି କରାଯାଇଥିଲା ବେଳେ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶର ଆୟୋଜନ କରାଯାଇଛି, ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

    ବାବା କପିଳ ମୁନିଙ୍କ ନିକଟରେ ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା କରନ୍ତି ଭକ୍ତ । ଏଠାରେ ବାବାଙ୍କର ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ମକର ମେଳାରେ ମଧ୍ୟ ବହୁତ ଧୁମଧାମରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.7 ° C
    29.7 °
    29.7 °
    18 %
    2.9kmh
    0 %
    Wed
    27 °
    Thu
    30 °
    Fri
    30 °
    Sat
    31 °
    Sun
    32 °

    ସମ୍ବନ୍ଧିତ