Saturday, October 3, 2026
28.9 C
Odisha

    ମାନସିକ ସ୍ବାସ୍ଥ୍ୟର ଯତ୍ନ: ବର୍ତ୍ତମାନ ସମୟର ଆହ୍ବାନ

    ଆଗକୁ ପଢନ୍ତୁ

    ଲୋକମାନେ ମଧ୍ୟ ଭାବି ଥାଆନ୍ତି ମାନସିକ ରୋଗଗୁଡ଼ିକର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଖାଇଲେ ଦେହର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ। ମାତ୍ର ଏସବୁ ଭୁଲ ଧାରଣା। ସମସ୍ତେ ଜାଣିରଖିବା ଉଚିତ ଯେ ମାନସିକ ରୋଗର ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଔଷଧଗୁଡ଼ିକୁ ଖାଇଲେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନ ଥାଏ। ଆମ ସମାଜରେ ଲୋକଙ୍କ ମଧ୍ୟରେ ଧାରଣା ଅଛି ଯେ ବିବାହ ଦ୍ୱାରା ମାନସିକ ରୋଗ ଠିକ୍‌ ହୋଇଯାଏ। ମାତ୍ର ଏହି ଧାରଣା ସମ୍ପୂଣ୍ଣର୍ର୍ ଭୁଲ। ବରଂ ବିବାହ ଏହି ରୋଗୀଙ୍କୁ ଅଯଥାରେ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ପରିସ୍ଥିତିକୁ ଠେଲିଦିଏ। ମାନସିକ ଅବସ୍ଥା ଠିକ ନ ଥିଲା ବେଳେ ସଂସାର ଆରମ୍ଭ କରିବା, ପରସ୍ପରର ଦାୟିତ୍ୱ ନେବା ବରଂ ଚିନ୍ତାଜନକ ହୋଇପାରେ ଓ ରୋଗର ପରିଣତି ଉପରେ କୁପ୍ରଭାବ ପକାଇପାରେ। ବିବାହ ପୂର୍ବରୁ ରୋଗର ଅବସ୍ଥା ତଥା ଔଷଧ ସମ୍ପର୍କରେ ରୋଗୀ ଓ ତା’ର ଜୀବନସାଥୀ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଉଚିତ। ଲୋକମାନେ ଭାବିଥାନ୍ତି ଯେ ମାନସିକ ରୋଗଗୁଡ଼ିକର ଚିକିତ୍ସା କେବଳ ଔଷଧ ଦ୍ୱାରା ହିଁ ହୋଇପାରିବ। ମାତ୍ର ସମସ୍ତେ ଜାଣିରଖିବା ଉଚିତ କେତେକ ମାନସିକ ସମସ୍ୟା (ଯେମିତିକି ଡିପ୍ରେସନ, ଆଙ୍ଗଜାଇଟି) ଅଛି ଯେଉଁଥିରେ ଯଦି ଆପଣ ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା ପାଇଁ ଆସୁଛନ୍ତି ତେବେ ଆପଣ କେବଳ ନିୟମିତ କାଉନସେଲିଙ୍ଗ ଦ୍ୱାରା ମଧ୍ୟ ଭଲ ହୋଇପାରିବେ। ବେଳେବେଳେ ଦରକାର ପଡ଼ିଲେ କେତେକ ମାନସିକ ସମସ୍ୟାରେ (ସ୍କିଜୋଫ୍ରେନିଆ, କାଟାଟୋନିଆ, ବାଇପୋଲାର) ବୈଦ୍ୟୁତିକ ଚିକିତ୍ସା ପଦ୍ଧତି (ଇସିଟି) ଦରକାର ପଡ଼ିଥାଏ। ଯେତେବେଳେ ରୋଗୀ ଔଷଧରେ ଆରୋଗ୍ୟ ଲାଭ କରେ ନାହିଁ, ରୋଗୀ ଔଷଧ ଖାଇବାକୁ ଆଦୌ ରାଜି ହୁଏ ନାହିଁ, ରୋଗୀଠାରେ ଆତ୍ମହତ୍ୟା ପ୍ରବଣତା ଦେଖାଯାଏ, ରୋଗୀ ଖାଦ୍ୟ ଖାଇବା ବନ୍ଦ କରିଦିଏ କିମ୍ବା ରୋଗୀ ଅଧିକାଂଶ ସମୟ ଉତ୍ତେଜିତ ହୋଇ ରହେ ସେତେବେଳେ ବୈଦ୍ୟୁତିକ ଚିକିତ୍ସା ପଦ୍ଧତି ଦରକାର ପଡ଼ିଥାଏ। ଲୋକମାନଙ୍କ ମଧ୍ୟରେ ଏକ ଧାରଣା ଅଛି ବୈଦ୍ୟୁତିକ ଚିକିତ୍ସା ପଦ୍ଧତି (ଇସିଟି) ବହୁତ କଷ୍ଟଦାୟକ, ଯେମିତି ଫିଲ୍ମରେ ସକ୍‌ ଦିଆଯିବାର ଦେଖାଯାଏ, ସେହିପରି ହସ୍ପିଟାଲରେ ମଧ୍ୟ ସକ୍‌ ଥେରାପି ଦିଆଯାଏ। ମାତ୍ର ବର୍ତ୍ତମାନ ବ୍ୟବହାର କରାଯାଉଥିବା ବୈଦ୍ୟୁତିକ ଚିକିତ୍ସା ପଦ୍ଧତି ସମ୍ପୂୂର୍ଣ୍ଣ ସୁରକ୍ଷିତ। ଏବେ ନିଶ୍ଚେତକ ସାହାଯ୍ୟରେ ବୈଦ୍ୟୁତିକ ଚିକିତ୍ସା ପଦ୍ଧତି (ଇସିଟି) ଦିଆଯାଉଛି। ଏହାର ବ୍ୟବହାର ଦ୍ୱାରା ରୋଗୀଠାରେ କୌଣସି ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଉ ନାହିଁ କି ରୋଗୀକୁ କୌଣସି କଷ୍ଟ ହେଉନାହିଁ।

    ତେଣୁ ମାନସିକ ରୋଗର କାରଣ, ଲକ୍ଷଣ ଓ ଚିକତ୍ସା ସମ୍ବନ୍ଧରେ ଆମେ ସମସ୍ତେ ସଚେତନ ରହିବା ଉଚିତ। ମାନସିକ ରୋଗ ସହିତ ଜଡ଼ିତ ନିନ୍ଦା, ଅପବାଦ ଓ ଲାଜକୁ ଆମ ସମାଜରୁ ସମ୍ପୂୂର୍ଣ୍ଣ ଭାବେ ଦୂରେଇବାର ସମୟ ଆସିଯାଇଛି। ପ୍ରାରମ୍ଭିକ ଅବସ୍ଥାରେ ଉପଯୁକ୍ତ ଚିକିତ୍ସା କଲେ ସବୁ ମାନସିକ ରୋଗର ଚିକତ୍ସା ସମ୍ପୂର୍ଣ୍ଣ ସମ୍ଭବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ