Friday, March 20, 2026
21.1 C
Odisha

    ମାର୍ଚ୍ଚ ୨୫ରେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି

    ଆଗକୁ ପଢନ୍ତୁ

    ୧୯୭୮ ମସିହାରେ ୭୨ ଦିନ ଗଣତି ମଣତି ହୋଇଥିଲା ।  ଏହି ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ, ଏସପି, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ପରିଚାଳନା କମିଟିର 5 ଜଣ ସେବକ ପ୍ରତିନିଧି,  ଛତିଶାନିଯୋଗ ମହାନାୟକ,  ଭଣ୍ଡାର ମେକାପ, ତଢାଉକରଣ,  ଦେଉଳକରଣ ବୈଠକରେ ଉପସ୍ଥିତ ଅଛନ୍ତି ।

    ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଚୂଡାନ୍ତ ଏସଓପି ଅନୁଯାୟୀ ଆସନ୍ତା 25 ତାରିଖରୁ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ କିଭଳି ଏହି ପ୍ରକ୍ରିୟା ରହିବ ସେନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜିର ବୈଠକରେ ଆଲୋଚନା ହେବ ।  ତିନୋଟି ପର୍ଯ୍ୟାୟରେ ଅଳଙ୍କାର ଗଣତିମଣତି କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ସେହି ସମୟରେ ବାହାର କାଠରୁ ଭକ୍ତମାନେ ଦର୍ଶନ କରିପାରିବେ  ।

    ଶନିବାର, ରବିବାର ଗହଳି ଦିନ ସମେତ ବିଶେଷ ପର୍ବପର୍ବାଣି ସମୟରେ ଗଣତିମଣତି ବନ୍ଦ ରହିବ ବୋଲି କୁହାଯାଇଛି ।  ସେପଟେ 1978 ମସିହାର ଗଣତିମଣତି ରିପୋର୍ଟ ସହ ବର୍ତ୍ତମାନ ଭିତର ରତ୍ନଭଣ୍ଡାର ଭିତରେ ଥିବା ମହାପ୍ରଭୁଙ୍କ ଦୁର୍ମୂଲ୍ୟ ଅଳଙ୍କାର ମେଳକ କରାଯିବ।

    ସ୍ୱର୍ଣ୍ଣ ଅଳଙ୍କାର ହଳଦିଆ ରଙ୍ଗର ଭେଲଭେଟ କନାରେ ଗୁଡ଼ାଯାଇ ଟିଣ ବାକ୍ସ ଓ ପରେ ତାକୁ ସିଦୁକରେ ରଖାଯିବ । ରୌପ୍ୟ ଅଳଙ୍କାର ଧଳା ବା ସିଲଭର ରଙ୍ଗ ଓ ଅନ୍ୟାନ୍ୟ ଅଳଙ୍କାର ଲାଲ ରଙ୍ଗ ଭେଲଭେଟ କନାରେ ଗୁଡ଼ାଯାଇ ରଖାଯିବ । କେବଳ ମେଳକ ,ଗଣତି କରାଯିବ । କୌଣସି ମୂଲ୍ୟାୟନ ହେବ ନାହିଁ । କେବେ ସଂପୂର୍ଣ୍ଣ ଗଣତି ମଣତି ସରିବ କହି ହେବ ନାହିଁ । ପାରମ୍ପରିକ ବସ୍ତ୍ର ପିନ୍ଧି ହେବ ଗଣତି ମଣତି ହେବ ।  ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ supervising team ଓ handling team ଏହିଭଳି ଦୁଇଟି ଟିମ୍ ଗଠିତ ହୋଇଛି ।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ supervising team ର ଅଧ୍ୟକ୍ଷ ରହିଥିବାବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ,ଜଣେ ସେବାୟତ ସଦସ୍ୟ ରହିଛନ୍ତି ।  ସେହିପରି handling team ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ,ପାଟଯୋଶୀ ମହାପାତ୍ର,ଭଣ୍ଡାର ମେକାପ , ତଢ଼ଉକରଣ,ଦେଉଳକରଣ,ଶ୍ରୀମନ୍ଦିର ବଣିଆ ସେବକ ,ଦୁଇ ଜଣ ସ୍ଵର୍ଣ୍ଣକାର,ଦୁଇ ଜଣ jemologist,ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ପ୍ରମୁଖ ସାମିଲ ରହିବେ ।

    ବିଶେଷ ଦିନ,ପର୍ବ ପର୍ବାଣୀ ,ଶନିବାର ଓ ରବିବାର ଦିନ ଗଣତି ମଣତି ହେବ ନାହିଁ । ପ୍ରତି ମାସର ସ୍ଵତନ୍ତ୍ର କ୍ୟାଲେଣ୍ଡର ପ୍ରସ୍ତୁତି ହେବ ।  ହାଇକୋର୍ଟ ଗଣତି ମଣତି ଶେଷ ପାଇଁ ୩ ମାସ ସମୟ ଦେଇଛନ୍ତି  ।  E – Catalogging ହେବ । ସଂପୂର୍ଣ୍ଣ ସ୍ୱଚ୍ଛତାର ଏହି ଗଣତି ମଣତି ହେବ  ।  ୧୯୭୮ ମସିହାରେ ୭୨ ଦିନ ଗଣତି ମଣତି ହୋଇଥିଲା ।  ଅଳଙ୍କାର ଓଜନ କରାଯିବ କିନ୍ତୁ ମୂଲ୍ୟାୟନ କରାଯିବନାହିଁ ।   ଭିତର ରତ୍ନଭଣ୍ଡାରର ଗଣତିମଣତି ଦିନ ଟ୍ରେଜେରୀରୁ ଚାବି ଆସିବ ।  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲିବ ଏବଂ ବନ୍ଦ କରାଯିବ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    77 %
    0.5kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ