Thursday, February 19, 2026
17.2 C
Odisha

    ମାଲବାହୀ ଟ୍ରେନ ଧକ୍କାରେ ଛୁଆ ହାତୀର ମୃତ୍ୟୁ

    ଆଗକୁ ପଢନ୍ତୁ

    ରାଉରକେଲା: ସ୍ଥାନୀୟ ବନ୍ଧମୁଣ୍ଡା ଅଞ୍ଚଳରେ ଏକ ହାତୀପଲ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ମାଲବାହୀ ଟ୍ରେନ ଧକ୍କାରେ ଏକ ଛୁଆ ମାଈ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ଅନ୍ୟ ହାତୀପଲ ରେଳଧାରଣା ନିକଟରେ ମୃତ ହାତୀର ଶବକୁ ଜଗି ରହିବା ସହ ଦେଖଣାହାରୀଙ୍କୁ ଆକ୍ରମଣ କରିବା ପାଇଁ ଭୟଭୀତ କରୁଥିବା ସୂଚନା ମିଳିଛି । ସୂଚନା ମୁତାବକ ସ୍ଥାନୀୟ ବନ୍ଧମୁଣ୍ଡା ରେଳବାଇ ଅନ୍ତର୍ଗତ ଏ – କେବିନ ଓ ଆର୍ – କେବିନ ମଝିରେ ଥିବା ରେଳ ଧାରଣାକୁ ଆଜି ରାତି ପ୍ରାୟ ୯ଟା ୧୫ ମିନିଟରେ ୨୭ଟି ଥିବା ଏକ ହାତୀପଲ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଏକ ମାଲବାହୀ ଟ୍ରେନ ଆସିଯିବାରୁ ଟ୍ରେନ ଧକ୍କାରେ ଛୁଆ ହାତୀର ମୃତ୍ୟୁ ଘଟିଥିଲା । ଏହାପରେ ଅନ୍ୟ ହାତୀମାନେ ହାତୀ ଛୁଆର ଶବକୁ ଜଗି ରହିବା ସହ ଯିଏ ଯାଇଛି ତାକୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଛନ୍ତି । ଏହି ଘଟଣା ପରେ ଉକ୍ତ ରାସ୍ତାରେ ରେଳ ଚଳାଚଳ ବନ୍ଦ ରହିବା ସହ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.2 ° C
    17.2 °
    17.2 °
    61 %
    1.9kmh
    1 %
    Thu
    34 °
    Fri
    35 °
    Sat
    36 °
    Sun
    36 °
    Mon
    36 °

    ସମ୍ବନ୍ଧିତ