Wednesday, April 1, 2026
25.3 C
Odisha

    ମାଳଦ୍ୱୀପ ପାଇଁ ଭଣ୍ଡାର ଖୋଲିଦେଲେ ଭାରତ ସରକାର: ଏତିକି କୋଟି ଟଙ୍କା ସହାୟତା ଘୋଷଣା

    ଆଗକୁ ପଢନ୍ତୁ

    ଭାରତ ଗସ୍ତର ଦ୍ୱିତୀୟ ଦିନରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ଠାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ୧୦୦ ମିଲିୟନ ଡଲାରର ଟ୍ରେଜରି ବିଲ୍‌ ରୋଲ୍‌ଓଭର ଆକାରରେ ମାଳଦ୍ୱୀପକୁ ନଗଦ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଭାରତ ଏହି ଅବସରରେ ସହମତି ପ୍ରକାଶ କରିଛି। ସେହିପରି ଉଭୟ ଭାରତ ଓ ମାଳଦ୍ୱୀପ ୪୦୦ ମିଲିୟନ ଆମେରିକୀୟ ଡଲାରର ମୁଦ୍ରା ବିନିମୟ ଚୁକ୍ତିକୁ ସ୍ବାକ୍ଷର କରିଛନ୍ତି। ମାଳଦ୍ୱୀପରେ ଥିବା ବୈଦେଶିକ ମୁଦ୍ରା ଭଣ୍ଡାରର ସମସ୍ୟାକୁ ଦୂର କରିବାରେ ଏହା ସହାୟକ ହେବ। ସେହିପରି ଦ୍ୱିପାକ୍ଷିିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଉଭୟ ଦେଶ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ବ୍ୟାପକ ଅର୍ଥନୈତିକ ଓ ସାମୁଦ୍ରିକ ସୁରକ୍ଷା ସହଭାଗିତା, ବାଣିଜ୍ୟ ଓ ଅର୍ଥନୈତିକ ଭାଗିଦାରୀ, ଡିଜିଟାଲ ଓ ବିଭିନ୍ନ ଆର୍ଥିକ ପଦକ୍ଷେପ, ଶକ୍ତି, ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ୨ ଦେଶ ଆଲୋଚନା କରିଛନ୍ତି।
    ମାଳଦ୍ୱୀପରେ ରୁପେ କାର୍ଡକୁ ବ୍ୟବହାର କରି ଟଙ୍କା ଦେଣନେଣ ମଧ୍ୟ ଏହି ଅବସରରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏହାର ସାକ୍ଷୀ ପାଲଟିଛନ୍ତି। ଆଗାମୀ ଦିନରେ ଭାରତ ଓ ମାଳଦ୍ୱୀପ ୟୁପିଆଇ ଜରିଆରେ ପରସ୍ପର ସହ ଯୋଡ଼ି ହେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହାଛଡ଼ା ମାଳଦ୍ୱୀପର ହନିମାଧୁ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନ୍‌ଓ୍ବେକୁ ଭର୍ଚ୍ଚୁଆଲ ମାଧ୍ୟମରେ ଉଭୟ ନେତା ଉଦ୍‌ଘାଟନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    35 %
    0.8kmh
    5 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ