Thursday, March 19, 2026
22.8 C
Odisha

    ମାହାପ୍ରଭୁଙ୍କୁ ଦର୍ଶନ କଲେ ମଣିପୁର ରାଜ୍ୟପାଳ ଅନୁସୟା ଉଇକି

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମଣିପୁର ରାଜ୍ୟପାଳ ଅନୁସୟା ଉଇକି। କଡା ସୁରକ୍ଷା ମଧ୍ୟରେ ପୁରୀରେ ପହଞ୍ଚିବା ପରେ ପୁରୀ ପ୍ରଶାସନ ତରଫରୁ ରାଜ୍ୟପାଳଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରି ଆଶିର୍ବାଦ ନେଇଥିଲେ। ଶ୍ରୀମନ୍ଦିରରୁ ବାହାରିବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଓ ଜଗନ୍ନାଥଙ୍କ ଏକ ପୁସ୍ତକ ତାଙ୍କୁ ପ୍ରଦାନ କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଖୁସି ପ୍ରକଟ କରିବା ସହ ସମଗ୍ର ଦେଶରେ ଖୁସିର ବାତାବରଣ ରହୁ ଓ ବିଶେଷ କରି ମଣିପୁରରେ ଚାଲିଥିବା ହିଂସା ଦୂର ହୋଇ ଖୁସିର ବାତାବରଣ ଫେରିଆସୁ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.8 ° C
    22.8 °
    22.8 °
    58 %
    3kmh
    95 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ