Saturday, March 28, 2026
37.7 C
Odisha

    ମା ତାରିଣୀଙ୍କ କିମ୍ବଦନ୍ତୀ

    ଆଗକୁ ପଢନ୍ତୁ

    ଗୋବିନ୍ଦ ଭଞ୍ଜ ଇଚ୍ଛା ପୋଷଣ କରିଥିଲେ କାଞ୍ଚିରୁ ଆଣିଥିବା ଦେବଦେବୀ ମଦନମୋହନ, ରଘୁନାଥଜୀଉ ଓ ମାଆ ତାରିଣୀଙ୍କୁ ଜଗନ୍ନାଥ, ବଳଭଦ୍ରଓ ସୁଭଦ୍ରାଙ୍କ ବିଗ୍ରହ ତାଙ୍କ ସହିତ କେନ୍ଦୁଝର ନେବାକୁ ।

    ଏହା ଶୁଣି ପୁରୁଷୋତ୍ତମ ଦେବ କହିଲେ: ‘ ସମସ୍ତଙ୍କୁ ତୁମେ ନେଇଯାଇପାର,ମାଆ ତାରିଣୀ ଯେ ପାତାଳୀ ,ତାଙ୍କୁ ତୁମେ ନେବ କିପରି ? ନିରାଶ ନହୋଇ ଗୋବିନ୍ଦ ଭଞ୍ଜ ମାଆଙ୍କ ନିକଟକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସେହିଦିନ ରାତିରେ, ଗଜପତି ପୁରୁଷୋତ୍ତମ ଦେବଙ୍କୁ ମାଆ ସ୍ୱପ୍ନରେ କହିଲେ, ‘ଗୋବିନ୍ଦ ମୋର ପରମ ଭକ୍ତ । ତା’ସହିତ ମୁଁ କେନ୍ଦୁଝର ଯିବି ,ତାକୁ ଅନୁମତି ଦେ ।

    ପରଦିନ ଗଜପତି ସମସ୍ତ ବୃତ୍ତାନ୍ତ ଶୁଣାଇବା ପରେ ଗୋବିନ୍ଦଙ୍କୁ କହିଲେ, ତୁମେ ଧନ୍ୟ ଗୋବିନ୍ଦ ! ମାଆଙ୍କୁ ନେବାର ବ୍ୟବସ୍ଥା କର। ମାଆଙ୍କୁ କେମିତି ନେବେ ସେହି ଚିନ୍ତାରେ ଗୋବିନ୍ଦ ଧ୍ୟାନମଗ୍ନ ହେଲେ ।

    ମାଆ ସ୍ୱପ୍ନାଦେଶ ଦେଲେ ମୁଁ ଯେପରି ଘୋଡାରେ ଚଢ଼ି କାଞ୍ଚିରୁ ପୁରୀ ଆସିଥିଲି, ଠିକ୍ ସେମିତି ଘୋଡାରେ ଚଢ଼ି ତୋ’ ପଛେ ପଛେ ଯିବି। ଘୋଡା ଚାଲିଲେ ମୋ ପାଦର ନୁପୁର ରୁଣୁଝୁଣୁ ଶବ୍ଦରୁ ତୁ ଜାଣିବୁ ମୁଁ ତୋ ପଛରେ ଯାଉଛି। କିନ୍ତୁ ତୁ ଯଦି ପଛକୁ ଚାହିଁ ମୋତେ ଦେଖିବାକୁ ଚେଷ୍ଟା କରିବୁ, ମୁଁ ପାଷାଣ ହୋଇ ସେହିଠାରେ ରହିବି।

    ପରଦିନ ଅନ୍ୟ ଦେବଦେବୀଙ୍କ ବିଗ୍ରହ ସହ ଗୋବିନ୍ଦ ଚାଲିଲେ କେନ୍ଦୁଝର ଅଭିମୁଖେ। ପଛେ ପଛେ ଭକ୍ତବତ୍ସଳ ମାଆ ତାରିଣୀ ଘୋଡାରେ ଚଢ଼ି ଯାଉଥାଆନ୍ତି । ନୁପୁର ରୁଣୁଝୁଣୁ ଶବ୍ଦ ଗୋବିନ୍ଦଙ୍କ କାନରେ ବାଜୁଥାଏ।

    କିନ୍ତୁ ଲୀଳାମୟୀ ମାଆ ତାରିଣୀଙ୍କ ଲୀଳା ବିଚିତ୍ର । ଆନନ୍ଦପୁର ସୀମା ପାର ହୋଇ ସେ କେନ୍ଦୁଝର ସୀମାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ। ଠିକ୍ କେନ୍ଦୁଝରର ମଧ୍ୟସ୍ଥଳରେ ମାୟା ବିସ୍ତାର କଲେ ମାଆ ।ଗୋବିନ୍ଦଙ୍କ ଘୋଡା ଆଗକୁ ଗଲା ନାହିଁ। ପଛରେ ଆସୁଥିବା ମାଆ ତାରିଣୀଙ୍କ ନୁପୁରର ରୁଣୁଝୁଣୁ ଶବ୍ଦ ମଧ୍ୟ ଶୁଣାଗଲା ନାହିଁ।

    ଗୋବିନ୍ଦ ବିଚଳିତ ହୋଇ ପଛକୁ ଚାହିଁଦେଲେ, ଦେଖିଲେ, ତ୍ରିଜଗଧାତ୍ରୀ, ଜ୍ୟୋତିର୍ମୟୀ ମାଆ ଘୋଡା ଉପରେ ବସିଛନ୍ତି। ସର୍ତ୍ତ ଭଗ୍ନ ହୋଇଥିବାରୁ ମାଆ ହେଲେ ପାଷାଣ। ଶୂନ୍ୟବାଣୀ ହେଲା, ମୁଁ ଏହିଠାରେ ରହିବି ।

    ଏହା ଶୁଣି ଗୋବିନ୍ଦ ମର୍ମାହତ ହେଲେ । ମାଆଙ୍କୁ ବିନମ୍ର ପ୍ରଣତି ଜଣାଇ ସେଠାରେ ଦେହୁରୀମାନଙ୍କୁ ରହିବା ବ୍ୟବସ୍ଥା କଲେ ।ସେହିଦିନଠାରୁ ମାଆ ଭଗବତୀ ତାରିଣୀ ଶାଳବଣ ଘେରା ପୀଠରେ ପୂଜା ପାଇ ଆସୁଛନ୍ତି।

    କେନ୍ଦୁଝରରେ ରହି ମଧ୍ୟ ପ୍ରତ୍ୟହ ରାଜା ଗୋବିନ୍ଦ ଭଞ୍ଜ ଘୋଡା ଚଢ଼ି ମାଆ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    17 %
    4.7kmh
    1 %
    Sat
    38 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ