Monday, September 28, 2026
30.3 C
Odisha

    ମିଳିଲା ନାହିଁ ଅନୁମତି ସ୍ଥଗିତ ରହିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ପରେଡ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୀର୍ଘ ୧୮ ବର୍ଷର ଅପେକ୍ଷା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଜିତିଛି। ଦଳ ଫାଇନାଲରେ ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ,ଯେଉଁ ଦଳ ଚାମ୍ପିଅନ୍ ହୋଇଥାଏ ସେ ବିଜୟ ପରେଡରେ ସାମିଲ ହୋଇଥାଏ। କିନ୍ତୁ ଖବର ମିଳିଛି କି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ପରେଡ ବାତିଲ କରାଯାଇଛି। ବର୍ତ୍ତମାନ ଏହାର ଉତ୍ସବ କେବଳ ସମ୍ବର୍ଦ୍ଧନା ସମାରୋହ ମାଧ୍ୟମରେ କରାଯିବ।

    ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଜିତିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟ ପରେଡରେ ସାମିଲ ହୋଇଥାଆନ୍ତା। ଏଥିପାଇଁ ପୁଲିସର ଅନୁମତି ଆବଶ୍ୟକ ହୋଇଥାଏ। ତେବେ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ଦୃଷ୍ଟି ରଖି ବେଙ୍ଗାଲୁରୁ ପୁଲିସ ଚାମ୍ପିଅନ ଆରସିବି ଦଳକୁ  ବିଜୟ ପରେଡ୍ ପାଇଁ ଅନୁମତି ଦେଲା ନାହିଁ। ଏହି ସମାରୋହ ପାଇଁ କେବଳ ସେହି ଲୋକମାନେ ଷ୍ଟାଡିୟମରେ ପ୍ରବେଶ ପାଇବେ ଯାହାଙ୍କ ପାଖରେ ପାସ୍ କିମ୍ବା ଟିକେଟ୍ ଉପଲବ୍ଧ ଥିବ।  ସମ୍ବର୍ଦ୍ଧନା ସମାରୋହରେ ଆସିବାକୁ ଥିବା ଦର୍ଶକଙ୍କୁ ପ୍ରଶାସନ ଅନୁରୋଧ କରି କହିଛି,‘ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ପାଖରେ ସୀମିତ ପାର୍କିଂ ସୁବିଧା ଅଛି। ତେଣୁ ଷ୍ଡାଡିୟମରେ ପହଞ୍ଚିବା ପାଇଁ ନିଜର ଯାନ ବ୍ୟବହାର ପରିବର୍ତ୍ତେ  ମେଟ୍ରୋ ଏବଂ ସାର୍ବଜନୀନ ପରିବହନ ବ୍ୟବହାର କରିବା ଉଚିତ ହେବ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ