Friday, May 17, 2024
36.4 C
Odisha

    ମୁଖ୍ୟମନ୍ତ୍ରୀଙ୍କ ସବୁ ଯୋଜନାର ମୁଖ୍ୟଧାର ଶ୍ରମିକ: ପଣ୍ଡିଆନ

    ଆଗକୁ ପଢନ୍ତୁ

    ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ କନଭେନସନ୍ ୨୦୨୪ରେ ଯୋଗ ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କନଭେନସନରେ ଶହ ଶହ ଶ୍ରମିକ ଯୋଗ ଦେଇଛନ୍ତି । ଏହି ଅବସରରେ ଶ୍ରମିକଙ୍କୁ ସମ୍ବୋଧିତ କରିଛନ୍ତି 5T ଅଧ୍ୟକ୍ଷ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି । ସବୁ ଯୋଜନାର ମୁଖ୍ୟଧାର ହେଉଛନ୍ତି ଶ୍ରମିକ ।

    ଆଗକୁ ସେ କହିଛନ୍ତି, ଚଳିତ ନିର୍ବାଚନରେ ବିଜେଡି ରେକର୍ଡ ବ୍ୟବଧାନରେ ବିଜୟ ହେବା ସହ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବେ । ବିପୁଳ ଜନସମର୍ଥନ ସହ ମୁଖ୍ୟମନ୍ତ୍ରୀ ପୁଣି ଶାସନ କରିବେ । ଏଥର ମୁଖ୍ଯମନ୍ତ୍ରୀ ତିନି ଚତୁର୍ଥାଂଶ ସଂଖ୍ଯା ଗରିଷ୍ଠତାରେ ଆସିବେ ।

    ଶ୍ରମିକଙ୍କ ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ଆଗକୁ ସେ କହିଛନ୍ତି, ‘ସମସ୍ତ କାର୍ଯ୍ୟ ପଛରେ ଶ୍ରମିକଙ୍କ ଅବଦାନ ରହିଛି । ଶ୍ରମିକ ସମାଜକୁ ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ ଗୁରୁତ୍ବ ଦିଅନ୍ତି । ଶ୍ରମିକଙ୍କ ପାଇଁ ବିଜୁ ବାବୁ ଐତିହାସିକ ପଦକ୍ଷେପ ନେଇଥିଲେ । ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଥିଲେ ବିଜୁ ବାବୁ । ନୂଆ ଓଡ଼ିଶା, ନୂଆ ନିବେଶ, ରୋଜଗାର ବଢାଇବା ଯୋଜନା କ୍ଷେତ୍ରରେ ଶ୍ରମିକଙ୍କ ରୋଜଗାର ବଢାଇବାର ଆବଶ୍ଯକତା ରହିଛି । ବ୍ୟୟ ବୃଦ୍ଧି ସତ୍ତ୍ବେ ଶ୍ରମିକଙ୍କ ସ୍ବାର୍ଥ ଲାଗି ସରକାର ଉଦ୍ୟମରତ । ସ୍ବପ୍ନ ସାକାର କରିବା କ୍ଷେତ୍ରରେ ଶ୍ରମିକଙ୍କ ବଡ଼ ଭୂମିକା ରହିଛି । ପୁରୀ ଶ୍ରୀମନ୍ଦିର, କଟକ ଏପରି ରୂପାନ୍ତରୀକରଣ ହେବ ବୋଲି କେହି କେବେ ଭାବି ନଥିଲେ । ବିଭିନ୍ନ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି ।’

    5T ଅଧ୍ୟକ୍ଷ କହିଛନ୍ତି, ସବୁ ପଞ୍ଚାୟତ ସ୍କୁଲରେ ଲାଗିଛି ଡିଜିଟାଲ ବ୍ଲାକ ବୋର୍ଡ । ପ୍ରତି ମନ୍ଦିରର ରୂପାନ୍ତରଣ ହୋଇଛି । ମହାନଦୀରେ ବ୍ରିଜ ସଂଖ୍ଯା ବଢ଼ିଛି । ୮୦ ପ୍ରତିଶତ ପଞ୍ଚାୟତରେ ଲକ୍ଷ୍ମୀ ବସ୍ ଗଡିଛି । ଆନ୍ତର୍ଜାତିକ ବିମାନ ବନ୍ଦର ସହ ଓଡ଼ିଶାର ସଂଯୋଗ ହୋଇଛି । ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କୁ ବିଏସକେୱାଇ କାର୍ଡ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    31 %
    2.1kmh
    100 %
    Fri
    37 °
    Sat
    29 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ