Saturday, October 10, 2026
30.1 C
Odisha

    ମୁଖ୍ୟ ଶାସନ ସଚିବଙ୍କ ବଡ଼ ଘୋଷଣା : ୨୦୨୭ ସୁଦ୍ଧା ଓଡ଼ିଶାରେ ୧ କୋଟି ନିଯୁକ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଛି ବ୍ଲାକ୍ ସ୍ୱାନ୍ ସମ୍ମିଳନୀ। ଫେବୃଆରୀ ୫ ଓ ୬ ତାରିଖ ଦୁଇ ଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେଉଛି ଏହି କାର୍ଯ୍ୟକ୍ରମ। ଆଜି ହେଉଛି ଏହି ସମ୍ମିଳନୀର ଉଦଯାପନୀ ଦିବସ । ବ୍ଲାକ୍ ସ୍ୱାନ୍ ଶିଖର ସମ୍ମିଳନୀ ଜାତୀୟ ନୀତି ନିର୍ଦ୍ଧାରକମାନଙ୍କୁ ଆର୍ଥିକ ପ୍ରତିଷ୍ଠାନ, ପ୍ରଯୁକ୍ତି ବିଦ୍ୟା, ଷ୍ଟାର୍ଟଅପ୍, ନିବେଶକ ଏବଂ ଶିକ୍ଷାବିତଙ୍କ ମଧ୍ୟରେ କାର୍ଯ୍ୟାନ୍ୱୟନମୁଖୀ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିଛି । ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ଓଡିଶା କିଭଳି ଆଗକୁ ବଢିବ ଏହାସହ ଓଡ଼ିଆ ମେଧାବୀ ପିଲାମାନଙ୍କୁ ବିଶ୍ବ ସ୍ତରରେ ସୁଯୋଗ ମିଳିବ ଏହା ହେଉଛି ଏହି ସମ୍ମିଳନୀର ପ୍ରାଥମିକତା।

    ଭାରତନେତ୍ର ପଦକ୍ଷେପ ଅଧୀନରେ ଓଡ଼ିଶା ସରକାର ଏବଂ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱାର୍କ-GFTN ସହାୟତାରେ ଏହା ଆୟୋଜିତ ହେଉଛି। ସମ୍ମିଳନୀରେ ୨୪ଟି ଦେଶର ୧୭ ଶହରୁ ଅଧିକ ପ୍ରତିନିଧି ଏବଂ ୫ଟି ମହାଦେଶରୁ ପ୍ରାୟ ଶହେ ଜଣ ବକ୍ତା ଅଂଶଗ୍ରହଣ କରିଛନ୍ତି। ଗତକାଲି ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଯୋଗଦାନ କରିଥିଲେ। ଉଦଘାଟନୀ ସମାରୋହରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ଦୃଢ଼ ମୌଳିକ ଭିତ୍ତିଭୂମି, ୬୯% ୱାର୍କିଙ୍ଗ -ଏଜ୍ ଜନସଂଖ୍ୟା ଏବଂ ଦୁଇ ଦଶନ୍ଧୀ ରାଜସ୍ବ ବଳକା ସହିତ ଓଡ଼ିଶା ୧୧୨ ବିଲିୟନ ଡଲାର ଅର୍ଥନୀତି ରୂପେ ଉଭା ହୋଇଛି।

    ଖଣିଜ ପଦାର୍ଥରେ ଭରପୂର ଏବଂ ପାରମ୍ପରିକ ଶିଳ୍ପ ବ୍ୟତୀତ ଇଭି, ଇଲେକ୍ଟ୍ରୋନିକ୍ସ ଏବଂ ସବୁଜ ଶକ୍ତିରେ ଦ୍ରୁତ ବିବିଧତା ଆଣି ରାଜ୍ୟ ମୂଲ୍ୟଯୁକ୍ତ ଉତ୍ପାଦନ, ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ବ୍ୟବସାୟ କରିବାର ସହଜତା ଉପରେ ଧ୍ୟାନ ଦେଉଛି । ୨୦୨୭ ସୁଦ୍ଧା ୧ କୋଟି ନିଯୁକ୍ତି ସୃଷ୍ଟି କରିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି। ଏଥିସହ ସହରୀକରଣ, ବିପର୍ଯ୍ୟୟ ସ୍ଥିରତା, ମହିଳା ଅଂଶଗ୍ରହଣକୁ ଆଗକୁ ବଢ଼ାଇବା ଏବଂ ବିଶ୍ବ ସ୍ବାସ୍ଥ୍ୟ ଓ ଦକ୍ଷତା କେନ୍ଦ୍ର ଭାବରେ ରାଜ୍ୟକୁ ପ୍ରତିଷ୍ଠା କରିବା ପାଇଁ ଯୋଜନା ରହିଛି।

    ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ବିଶାଳ ଦେବ କହିଥିଲେ ଯେ, ଓଡ଼ିଶା ଦୁଇ ଦଶନ୍ଧି ଧରି ଶାସନ ସଂସ୍କାର, ଆର୍ଥିକ ଶୃଙ୍ଖଳା, ବିପର୍ଯ୍ୟୟ ସ୍ଥିରତା ଏବଂ ସମନ୍ବିତ ଅଭିବୃଦ୍ଧିର ଏକ ମଡେଲରେ ପରିଣତ ହୋଇଛି।

    ଭୁବନେଶ୍ବର ଏକ ଅଗ୍ରଣୀ ସ୍ମାର୍ଟ ସିଟି ପାଲଟିଛି। ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଆଇଟି, ଷ୍ଟାର୍ଟଅପ୍ ପରିବ୍ୟବସ୍ଥା, ଫିନଟେକ୍ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହ ବୃଦ୍ଧି ପାଉଛି।

    ପ୍ରତିଯୋଗିତାମୂଳକ ମୂଲ୍ୟ, ଜୀବନର ଗୁଣବତ୍ତା ଏବଂ ସ୍ଥିର ନୀତି ସହିତ ରାଜ୍ୟ ବିଶ୍ବସ୍ତରୀୟ ଦକ୍ଷତା କେନ୍ଦ୍ର ଏବଂ ଫିନଟେକ୍ ନବସୃଜନ ପାଇଁ ଏକ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେଉଛି। ଏହି ଅବସରରେ ଟେକ୍ନୋଲୋଜି, ନିଯୁକ୍ତି, ଅଭିବୃଦ୍ଧି ଉପରେ ବୈଶ୍ବିକ ନେତୃତ୍ବଙ୍କ ଆଲୋଚନା ଅନୁଷ୍ଠିତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ