Sunday, October 4, 2026
28.6 C
Odisha

    ମୁଖ ଭିତରେ କୀଟପତଙ୍ଗ ପ୍ରବେଶ କରିଗଲେ ଆପଣାନ୍ତୁ ଏଭଳି ସାବଧାନତା; ନଚେତ ଚାଲିଯାଇପାରେ ଜୀବନ

    ଆଗକୁ ପଢନ୍ତୁ

    ଆପଣ ଯଦି ହଠାତ୍ କେବେ କୌଣସି କୀଟପତଙ୍ଗ, ଯେପରିକି ମାଛି, ମଶା କିମ୍ବା ମହୁମାଛି ଆପଣଙ୍କ ପାଟି ଭିତରକୁ କୌଣସି ପରିସ୍ଥିତିରେ ପଶି ଯାଏ ତେବେ କିଭଳି ସାବଧାନତା ଅବଲମ୍ବନ କରିବେ ସେ ନେଇ ନିମ୍ନରେ କିଛି ବିଶେଷ ସୂଚନା ରହିଛି।ଆସନ୍ତୁ ଜାଣିବା : –

    ଯଦି ଆପଣ କେବେ ଏଭଳି ପରିସ୍ଥିତିର ସାମ୍ନା କରୁଛନ୍ତି ପ୍ରଥମ କଥା ହେଲା ଭୟଭୀତ ହୁଅନ୍ତୁ ନାହିଁ। ଭୟଭୀତ ହେବା ଦ୍ଵାରା ଦ୍ରୁତ ଶ୍ୱାସକ୍ରିୟା ହୋଇପାରେ, ଯାହା ଫଳରେ କୀଟପତଙ୍ଗ ଶ୍ୱାସନଳୀ ଭିତରକୁ ଚାଲି ଯାଇପାରନ୍ତି। ଏହି ପରିସ୍ଥିତିରେ ଶ୍ୱାସରୋଧ ହେବାର ଆଶଙ୍କା ବଢ଼ିଯାଏ।

    ଯଦି କୀଟପତଙ୍ଗ ପାଟିରେ ଥିଲା ଭଳି ଅନୁଭବ ହେଉଛି ତେବେ ତୁରନ୍ତ ତାହାକୁ ବାହାର କରିଦିଅନ୍ତୁ। କାଶିବାକୁ ଚେଷ୍ଟା କରନ୍ତୁ ଏବଂ ଉଷୁମ ପାଣିରେ ମୁହଁ ଧୁଅନ୍ତୁ।

    ଏସବୁ ବ୍ୟତୀତ, ଯଦି ଆପଣ ପାଟି କିମ୍ବା ଗଳାରେ ଫୁଲା ଅନୁଭବ କରୁଛନ୍ତି, ନିଶ୍ୱାସ ନେବାରେ ଅସୁବିଧା ହୁଏ କିମ୍ବା ମୁଣ୍ଡ ଘୂରିବା ଅନୁଭବ କରନ୍ତି, ତେବେ ସମୟ ନଷ୍ଟ ନକରି ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ