Saturday, January 18, 2025
15.3 C
Odisha

    ମୁଠାଏ ଚଣାରେ ଭରପୂର ମାତ୍ରାରେ ରହିଛି ଏହି ସବୁ ଭିଟାମିନ, ଅନେକ ରୋଗରୁ ଦେଇଥାଏ ମୁକ୍ତି

    ଆଗକୁ ପଢନ୍ତୁ

    ସୁସ୍ଥ ରହିବା ପାଇଁ କିଏବା ନଚାହେଁ । ହେଲେ ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ରୋଗ ମାଡିବସୁଛି ଯାହା ଫଳରେ ଆମେମାନେ ଦିନକୁ ଦିନ ଅସୁସ୍ଥ ହେବାକୁ ଲାଗୁଛନ୍ତି । ଶରୀର ଅସୁସ୍ଥ ହେଲେ କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହୁଏ ନାହିଁ ଏବଂ ବହୁତ ଦୁର୍ବଳ ମଧ୍ୟ ଲାଗିଥାଏ । ଶରୀର ଅସୁସ୍ଥ ହେବାର ମୂଳ କାରଣ ହେଉଛି ଖାଦ୍ୟ । ଯଦି ପୁଷ୍ଟିକର ଖାଦ୍ୟ ନଖାଇବା ତେବେ ଅନେକ ପ୍ରକାରର ସମସ୍ୟା ଉପୁଜିଥାଏ । ତେବେ ଆପଣଙ୍କୁ ମନେ ରଖିବା ଉଚିତ୍ ଯେ ସବୁ ସମୟରେ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟକୁ ଖାଇଲେ ଶରୀର ସୁସ୍ଥ ରହିବା ସହ ଅନେକ ଫାଇଦା ମଧ୍ୟ ମିଳିବ ।

    ଏହି ଖାଦ୍ୟର ନାମ ହେଉଛି ‘ଚଣା’ । ସୁସ୍ଥ ଖାଦ୍ୟ କହିଲେ ସର୍ବ ପ୍ରଥମେ ଚଣାର ନାମ ଆସିଥାଏ । ଚଣାକୁ ଆପଣ ବିଭିନ୍ନ ଉପାୟରେ ଖାଇପାରିବେ ଯେମିତିକି ସ୍ନାକ୍ସ ଠାରୁ ଆରମ୍ଭ କରି ଚଣା ରୋଟି ଏବଂ ରୋଷେଇରେ ମଧ୍ୟ ସାମିଲ କରି ଖାଇପାରିବେ । ବିଶେଷ କରି ଭଜା ହୋଇଥିବା ଚଣା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଜଣା ହେଉଛି ପ୍ରୋଟିନର ଏକ ଉତ୍ତମ ଉତ୍ସ । ଏଥିରେ ପ୍ରଚୁର ପରିମାଣରେ ଫାଇବର ମିଳିଥାଏ । କେବଳ ଗୋଟିଏ ନୁହେଁ ବରଂ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ଏଥିରୁ ମିଳିଥାଏ । ଏହା ସହ ଚଣା ଓଜନକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଲୋକେମାନେ ଏହାକୁ ନିଜ ଡାଏଟରେ ମଧ୍ୟ ସାମିଲ କରିଥାନ୍ତି । ଡାଇବେଟିସ୍ ରୋଗୀ ଏବଂ ହାର୍ଟ ରୋଗୀଙ୍କ ପାଇଁ ଚଣା ଉପକାରୀ ହୋଇଥାଏ । ଶୀତ ହେଉ କିମ୍ବା ଗ୍ରୀଷ୍ମ, ଆପଣ ପ୍ରତ୍ୟେକ ସିଜିନରେ ଏହାକୁ ଖାଇପାରିବେ । ତେବେ ଆସନ୍ତୁ ଜାଣିବା ଚଣାରୁ କେଉଁ ଭିଟାମିନ୍ ମିଳିଥାଏ?

    ଭଜା ଚଣା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଚଣାରେ ଅଧିକ ପରିମାଣରେ ‘ଭିଟାମିନ୍ B’ ରହିଥାଏ । ଏହା ବ୍ୟତୀତ ‘ଭିଟାମିନ୍ A, ‘ଭିଟାମିନ୍ C ଏବଂ ଭିଟାମିନ୍ D’ ମଧ୍ୟ ମିଳିଥାଏ । ଏହା ସହ ଭିଟାମିନ୍ K ଏବଂ E ଏକ ଉତ୍ତମ ଉତ୍ସ ବୋଲି ପ୍ରମାଣିତ ହୋଇଛି । ମାଗ୍ନେସିୟମ, କ୍ୟାଲସିୟମ ଏବଂ ଆଇରନ୍ ପରି ମିନେରାଲ ମଧ୍ୟ ଚଣାରୁ ମିଳିଥାଏ । ଏଥି ସହ ଆପଣଙ୍କୁ କହିବୁ ଯେ, ଚଣା ଖାଇବା ଦ୍ୱାରା କେଉଁ ସମସ୍ୟା ଦୂର ହୋଇଥାଏ ।

    ୧. ଡାଇବେଟିସ୍ କଣ୍ଟ୍ରୋଲ୍ : ଡାଇବେଟିସ୍ ରୋଗୀଙ୍କ ପାଇଁ ଚଣା ବହୁତ ଉପକାରୀ ହୋଇଥାଏ । ଡାଇବେଟିସ୍ ରୋଗୀମାନେ ଏହାକୁ ସ୍ନାକ୍ସ ଭାବରେ ଖାଇପାରିବେ । ଏଥିରେ ମିଳୁଥିବା ପ୍ରୋଟିନ୍ ଏବଂ ଫାଇବର ବ୍ଲଡ୍ ଶୁଗାରକୁ କମ୍ ରଖିବାରେ ସାହାଯ୍ୟ କରିଥାଏ ।

    ୨. କୋଲେଷ୍ଟ୍ରଲ ହ୍ରାସ କରେ : ହାଇ କୋଲେଷ୍ଟ୍ରଲ ରୋଗୀମାନେ ଚଣା ଖାଇବା ଜରୁରୀ । ଏହା ଶରୀରରେ ବଢୁଥିବା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖେ । ଯାହା ହାର୍ଟ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଭଜା ଚଣା ଖାଇବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

    ୩. କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି : ଚଣା ଖାଇବା ଦ୍ୱାରା ପେଟ ଏବଂ ପାଚନ ତନ୍ତ୍ର ମଜବୁତ୍ ରହିଥାଏ । ଏଥିରେ ମିଳୁଥିବା ଫାଇବାର ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କାମ କରେ । ଯଦି ଆପଣ ଦୈନିକ ଚଣା ଖାଆନ୍ତି ତେବେ ଆପଣଙ୍କର କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦୂର ହେବ ।

    ୪. ଓଜନ କମ୍ ହେବ : ମେଦବହୁଳ ଲୋକମାନେ ଚଣା ଖାଇବା ନିହାତି ଆବଶ୍ୟକ ହୋଇଥାଏ । ଏହା ଓଜନ କମ୍ କରିବାକୁ ସହଜ କରିଥାଏ । ଭଜା ଚଣା ଖାଇବା ଦ୍ୱାରା ପ୍ରୋଟିନ୍ ଯୋଗାଇଥାଏ, ଯାହା ପେଟକୁ ଦୀର୍ଘ ସମୟ ଯର୍ପ୍ୟନ୍ତ ଫୁଲ ରଖିଥାଏ । ଆପଣ ଅସ୍ୱାସ୍ଥ୍ୟ ଖାଦ୍ୟରୁ ଦୂରେଇ ରୁହନ୍ତୁ ।

    ୫. ଆଇରନ୍ ଅଭାବରୁ ଆରେଗ୍ୟ ହୋଇପାରିବ : ଯେଉଁମାନଙ୍କ ଶରୀରରେ ରକ୍ତହୀନତା ଥାଏ, ସେହିମାନେ ଚଣା ଖାଇବା ନିହାତି ଆବଶ୍ୟକ । ଚଣା ଖାଇବା ଦ୍ୱାରା ଆଇରନ୍ ଅଭାବ ଦୂର ହୋଇଥାଏ । ରକ୍ତହୀନତାର ଶିକାର ହୋଇଥିବା ଲୋକମାନେ ଚଣା ଖାଇବା ଅଭ୍ୟାସ କରନ୍ତୁ । ଏହା ସହ ଗର୍ଭବତୀ ମହିଳାମାନେ ମଧ୍ୟ ଚଣା ଖାଇପାରିବେ । ଏହା ହିମୋଗ୍ଲୋବିନ୍କୁ ଉନ୍ନତ କରିଥାଏ ।

    ଯଦି ଆପଣ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି, ତେବେ ପେତ୍ୟେକ ଦିନ ଚଣା ଖାଇବା ଅଭ୍ୟାସ୍ କରନ୍ତୁ । ଦେଖିବେ ଅନେକ ସମସ୍ୟା ଦୂର ହେବା ସହ ଆପଣ ଫିଟ୍ ମଧ୍ୟ ରହିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.3 ° C
    15.3 °
    15.3 °
    39 %
    2.1kmh
    2 %
    Fri
    15 °
    Sat
    29 °
    Sun
    30 °
    Mon
    31 °
    Tue
    32 °

    ସମ୍ବନ୍ଧିତ