Saturday, March 21, 2026
27.7 C
Odisha

    ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର, ଗ୍ୟାସ୍ ଲିକ୍ ଯୋଗୁଁ ୧୫ ଘଣ୍ଟାରୁ ଅଧିକ ସମୟ ହେଲାଣି ରାସ୍ତା ଜାମ୍

    ଆଗକୁ ପଢନ୍ତୁ

    ପୁଣେ : ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେରେ ଓଡୋଶୀ ଟନେଲର ପ୍ରବେଶ ପଥରେ ଦୁର୍ଘଟଣା । ଏକ ଅତ୍ୟଧିକ ଦହନଶୀଳ ପ୍ରୋପଲିନ ଗ୍ୟାସ ଟ୍ୟାଙ୍କର ପଲଟିବା କାରଣରୁ ଗ୍ୟାସ୍ ଲିକ୍ ହେଉଛି । ସୁରକ୍ଷା କାରଣରୁ ହାଇୱେ ପୋଲିସ ମୁମ୍ବାଇ ଆଡୁ ଯାଉଥିବା ଗାଡ଼ିକୁ ବନ୍ଦ କରିଛି । ଫଳରେ ମୁମ୍ବାଇ-ପୁଣେ ଏକ୍ସପ୍ରେସଓେ୍ବରେ ୧୫ ଘଣ୍ଟାରୁ ଅଧିକ ସମୟ ଯାତାୟତ ବାଧାପ୍ରାପ୍ତ ହୋଇଛି । ମୁମ୍ବାଇ ଆଡୁ ଯାଉଥିବା ରାସ୍ତାରେ ଗାଡ଼ି ଜାମ୍ ରହିଛି । ଗ୍ୟାସ୍ ଲିକ୍ ରୋକିବା ଯୋଗୁଁ ରାତିରେ ଏକ ବିଶେଷଜ୍ଞ ଟିମ ଚେଷ୍ଟା କରୁଛି, କିନ୍ତୁ ସଫଳତା ମିଳୁନାହିଁ । ଆଜି ସକାଳୁ ଗ୍ୟାସ ଲିକ୍ ରୋକିବା ପାଇଁ କାମ ଚାଲିଛି । କିଛି ଅଘଟଣକୁ ରୋକିବା ପାଇଁ ପୋଲିସ ପୂର୍ବରୁ ଯାତାୟତ ରୋକିଦେଇଛି । ମୁମ୍ବାଇକୁ ଯାଉଥିବା ଗାଡ଼ିଗୁଡିକୁ ଧୀରେ ଧୀରେ ପୁଣେ ଆଡକୁ ଡାଇଭର୍ଟ କରାଯାଇଛି ।

    ତେବେ ଏହି କାରଣ ଯୋଗୁଁ ହାଇୱେରେ ଟ୍ରାଫିକ ଜାମ ଲାଗି ରହିଛି । ୧୫ ଘଣ୍ଟାରୁ ଅଧିକ ସମୟ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏଥିପାଇଁ ଲୋକମାନେ ଅନେକ ସମସ୍ୟା ଭୋଗିଛନ୍ତି । ତେବେ ମଙ୍ଗଳବାର ସନ୍ଧ୍ୟାରୁ ଟ୍ରାଫିକ ଜାମ୍ ଆରମ୍ଭ ହୋଇଛି । ରାତି ଅଧରୁ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ୨୫ କିମିରୁ ଦୂର ଯାଏଁ ଲମ୍ବା ଲାଇନ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.7 ° C
    27.7 °
    27.7 °
    35 %
    0.9kmh
    21 %
    Sat
    28 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ