Tuesday, August 11, 2026
25.9 C
Odisha

    ମହାରାଷ୍ଟ୍ର ମାଲେଗାଓଁ ବ୍ଲାଷ୍ଟ ମାମଲାରେ ଫସିଥିବା କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ବ୍ରିଗେଡିୟର ପଦୋନ୍ନତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତୀୟ ସେନାର କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ପଦୋନ୍ନତି ମିଳିଛି । କର୍ଣ୍ଣେଲରୁ ବ୍ରିଗେଡିୟର ପଦବୀକୁ ପଦୋନ୍ନତି ହୋଇଛନ୍ତି। ବହୁଚର୍ଚ୍ଚିତ ମହାରାଷ୍ଟ୍ର ମାଲେଗାଓଁ ବ୍ଲାଷ୍ଟ ମାମଲାରେ ଫସିଥିଲେ ଶ୍ରୀକାନ୍ତ ପୁରୋହିତ ।୧୭ ବର୍ଷରେ ଆଇନଗତ ଲଢେଇ କରିବା ପରେ ପ୍ରମୋସନ ମିଳିଥିଲା । ଦୀର୍ଘ ସେବା ଅନୁଭବ ଓ ବିଭିନ୍ନ ସେନା ଅଭିଯାନରେ ଯୋଗଦାନର ଉଲ୍ଲେଖନୀୟ ରେକର୍ଡ ଥିବା ଶ୍ରୀକାନ୍ତ ପୁରୋହିତଙ୍କୁ କର୍ଣ୍ଣେଲରୁ ବ୍ରିଗେଡିୟର ପଦକୁ ପଦୋନ୍ନତି କରାଯାଇଛି ।

    ୨୦୦୮ ମାଲେଗାଓଁ ଘଟଣାରେ ଫସି ଚର୍ଚ୍ଚାରେ ଥିଲେ ଶ୍ରୀକାନ୍ତ ପୁରୋହିତ । ଗତ ମାସ ୩୧ ତାରିଖରେ ସେ ଅବସର ପାଇବାର ଥିଲା କିନ୍ତୁ Armed Forces Tribunal ପକ୍ଷରୁ କ୍ଲିନ୍ ଚିଟ୍ ପରେ ଏହାକୁ ସ୍ଥଗିତ କରାଯାଇ ତାଙ୍କୁ ପ୍ରମୋସନ୍ ଦିଆଯାଇଛି ।

    କର୍ଣ୍ଣେଲ ପୁରୋହିତଙ୍କୁ ୩୧ ଜୁଲାଇ ୨୦୨୫ରେ ମୁମ୍ବାଇର ଏକ ବିଶେଷ ଏନଆଇଏ ଅଦାଲତ ସମସ୍ତ ଅଭିଯୋଗରୁ ଜାମିନ ମିଳିଥିଲା । ଅଦାଲତାରେ ପ୍ରମାଣର ଅଭାବ ଯୋଗୁଁ ଏଭଳି ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    85 %
    0.6kmh
    98 %
    Tue
    26 °
    Wed
    31 °
    Thu
    29 °
    Fri
    30 °
    Sat
    29 °

    ସମ୍ବନ୍ଧିତ