ଶୀତଦିନରେ ବଜାରରେ ମୂଳା ବହୁତ ମାତ୍ରାରେ ମିଳିଥାଏ । ମୂଳାକୁ ପ୍ରତ୍ୟେକ ଘରେ ଭୋଜନରେ ବ୍ୟବହାର କରାଯାଏ । ସେ ଭଜା ହେଉ କି ଡାଲମା, ସବୁ ଖାଦ୍ୟର ସ୍ୱାଦକୁ ମୂଳା ବଢ଼ାଇ ଦିଏ । କିଛି ଲୋକ ମୂଳାକୁ କଞ୍ଚା ସାଲାଡ୍ ଭାବେ ମଧ୍ୟ ଖାଇଥାନ୍ତି । ଏଥିରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ପେଟର ଗ୍ୟାସ୍ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । କିନ୍ତୁ ଆପଣ ହୁଏତ ଜାଣିନଥିବେ, ମୂଳା ସହିତ ଅନେକ ଜିନିଷ ଖାଇଲେ ତାହା ବିଷରେ ପରିଣତ ହୋଇଯାଏ । ଯାହା ଶରୀରକୁ ବିଭିନ୍ନ ସମସ୍ୟାରେ ପକାଇପାରେ । ମୂଳାରେ ବହୁ ମାତ୍ରାରେ ଭିଟାମିନ-C ରହିଛି । ଯାହାଫଳରେ ଶୀତ ଦିନରେ ଥଣ୍ଡା କାଶରୁ ରକ୍ଷା ମିଳିଥାଏ । ମୂଳା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ । ମୂଳା ଶରୀରକୁ ପୋଟାସିୟମ ଯୋଗାଇଥାଏ ଯେଉଁଥିପାଇଁ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ଯଦି ହାଇପାରଟେନସନ ସମସ୍ୟା ଥାଏ ତାହେଲେ ମୂଳା ନିଶ୍ଚୟ ଖାଇବା ଉଚିତ । ଆୟୁର୍ବେଦ ଅନୁସାରେ ମୂଳା ରକ୍ତ ଉପରେ ଶୀତଳ ପ୍ରଭାବ ପକାଇଥାଏ । ମୂଳା ପାଚନ ତନ୍ତ୍ର ପାଇଁ ବହୁତ ଲାଭଦାୟକ । ଏହା ବ୍ୟତୀତ ଏସିଡ଼ିଟି, ମୋଟାପଣ, ଗ୍ୟାସ ଓ ବାନ୍ତି ଭଳି ସମସ୍ୟା ମଧ୍ୟ ଠିକ କରିବାରେ ସାହାଯ୍ୟ କରିଥାଏ । ଏଥିରେ ବହୁ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ଜିଙ୍କ, ପୋଟାସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଆଇରନ୍ ଏବଂ ମାଙ୍ଗାନିଜ୍ ରହିଛି । ଏହିସବୁ ପୋଷାକ ତତ୍ତ୍ୱ ଯୋଗୁଁ ଏହା ଶରୀରକୁ ସୁସ୍ଥ ରଖିଥାଏ ।କିନ୍ତୁ ଏପରି କେତେକ ଜିନିଷ ରହିଛି, ଯାହାକୁ ମୂଳା ସହିତ ଖାଇବାକୁ ବାରଣ କରାଯାଇଛି । ମୂଳା ସହିତ କଲରା, କମଳା, କାକୁଡି, କ୍ଷୀର ଓ ଚା ଖାଇବାକୁ ଏବଂ ପିଇବାକୁ ମନା କରାଯାଏ ।
କଲରା : ଆପଣ ଯଦି କେବେ ମୂଳା ସହିତ କଲରା ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏଥିରେ ଥିବା ପ୍ରାକୃତିକ ତତ୍ତ୍ୱ ପରସ୍ପର ଭିତରେ କ୍ରିୟା ହେବା ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଗାଡିପରେ । ଏପରି କଲେ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ ।
କ୍ଷୀର : ଆପଣମାନେ ଜାଣିଥିବେ କ୍ଷୀରକୁ ଲୁଣିଆ ଏବଂ ଖଟାଳିଆ ଜିନିଷ ସହିତ ଖାଇବା ଉଚିତ ନୁହେଁ । କିନ୍ତୁ ଆପଣ ଜାଣିଛନ୍ତି କି କ୍ଷୀର ସହିତ ମୂଳା ଖାଇବା ଠିକ ନୁହେଁ । ସେଥିପାଇଁ ମୂଳା ଖାଇବା ପରେ ସଙ୍ଗେ ସଙ୍ଗେ କ୍ଷୀର ପିଅନ୍ତୁ ନାହିଁ । ଏପରି ହେଲେ କ୍ଷୀର ବିଷାକ୍ତ ହୋଇଯାଏ । ଫଳରେ ସ୍କିନ ସମ୍ବନ୍ଧୀୟ ସମସ୍ୟା ଦେଖାଦିଏ । ମୂଳାରେ ପ୍ରସ୍ତୁତ ଖାଦ୍ୟ ଖାଇବାର ଦୁଇ ଘଣ୍ଟା ପରେ କ୍ଷୀର ପିଅନ୍ତୁ ।
କାକୁଡି : କାକୁଡି ଖାଇବା ପାଇଁ ସମସ୍ତ ଲୋକ ବହୁତ ପସନ୍ଦ କରନ୍ତି । କିନ୍ତୁ କାକୁଡି ଏବଂ ମୂଳା ଏକାଠି ଖାଇବା ପାଇଁ ମନା କରାଯାଏ । ଯଦି ଆପଣ ଏପରି କରୁଛନ୍ତି ତାହେଲେ ଏହି ଭୁଲ କରନ୍ତୁ ନାହିଁ, ନଚେତ ପେଟ ସମସ୍ୟା ଉପୁଜି ପରେ ।
ଚା : ଅନେକ ଲୋକ ଚା’ ପିଇବା ପରେ କିଛି ନା କିଛି ଖାଇବା ପାଇଁ ଇଛା କରିଥାନ୍ତି । କିନ୍ତୁ ମନେରଖନ୍ତୁ ଚା ପିଇବା ପରେ ମୂଳା ଖାଇବା ଉଚିତ ନୁହେଁ । ଏହି ମିଶ୍ରଣ ଅତ୍ୟନ୍ତ ବିପଜ୍ଜନକ କାରଣ ଏହା କୋଷ୍ଠକାଠିନ୍ୟ ଏବଂ ଅମ୍ଳତା ସୃଷ୍ଟି କରିପାରେ । ତେବେ ମୂଳା ପ୍ରକୃତିରେ ଥଣ୍ଡା ଏବଂ ଚା ପ୍ରକୃତିରେ ଗରମ ଏବଂ ଉଭୟ ପରସ୍ପରର ସମ୍ପୂର୍ଣ୍ଣ ବିପରୀତ । ସେଥିପାଇଁ ଯଦି ଆପଣ ଭୁଲରେ ମଧ୍ୟ ଏପରି କରୁଛନ୍ତି, ତାହେଲେ ଆପଣଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇପାରେ ।
କମଳା : ଶୀତଦିନେ କମଳା ବହୁତ ମାତ୍ରାରେ ମିଳିଥାଏ । ଲୋକମାନେ ମଧ୍ୟ କମଳା ଖାଇବା ପାଇଁ ବହୁତ ପସନ୍ଦ କରନ୍ତି । କିନ୍ତୁ ମୂଳା ସହିତ କମଳା ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଏହି ଦୁଇଟି ଜିନିଷ ଏକାଠି ଖାଇଲେ ଶରୀରରେ ଅନେକ ସମସ୍ୟା ଦେଖା ଦେଇପାରେ ।