Saturday, August 16, 2025
27.3 C
Odisha

    ମୃତଦେହକୁ କାନ୍ଧରେ ବୋହି ୫ କିଲୋମିଟର ଆଣିଲେ, ଥାନା ଆଗରେ ରଖି ବିକ୍ଷୋଭ

    ଆଗକୁ ପଢନ୍ତୁ

    ଆଠଗଡ଼ : ମୃତଦେହକୁ କାନ୍ଧରେ ବୋହି ୫ କିଲୋମିଟର ଆଣିଲେ । ଥାନା ଆଗରେ ରଖି ବିକ୍ଷୋଭ କଲେ । ନ୍ୟାୟ ଦାବିରେ ଦଳିତ ଆଦିବାସୀ ମହାସଂଘର ବିକ୍ଷୋଭ ।  ଏ ହେଉଛି ଆଠଗଡ଼ ଗୁରୁଡ଼ିଝାଟିଆ ଅଞ୍ଚଳର ଦୃଶ୍ୟ । ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରିଙ୍ଗାବାଡ଼ି ଗାଁରେ ୧୬ ତାରିଖରେ ଏକ ପାଚେରୀ ନିର୍ମାଣକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିଲା ।

    ପାଚେରୀ ନିର୍ମାଣକୁ କିଛି ଆଦିବାସୀ ଶ୍ରେଣୀର ଲୋକେ ବିରୋଧ କରିଥିଲେ। ଏହାକୁ ନେଇ ମାଡ଼ପିଟ ହୋଇଥିଲା । ଅପର ଗୋଷ୍ଠୀର ମାଡ଼ରେ ବିକ୍ରମ ଜେରାଇ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଆଉ ଦୁଇ ଜଣ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହେଉଛନ୍ତି ।  ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ଦଳିତ ଆଦିବାସି ମହାସଂଘ ପକ୍ଷରୁ ଗୁରୁଡ଼ିଝାଟିଆ ଥାନା ଆଗରେ ମୃତ ଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ୫ କିଲୋମିଟର କାନ୍ଧିରେ ଆଣିବା ପରେ ଥାନା ଆଗରେ ମୃତଦେହ ରଖି ବିକ୍ଷୋଭ କରିଥିଲେ ।  ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୋଲିସ ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    86 %
    2.7kmh
    81 %
    Sat
    27 °
    Sun
    30 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ