ଚର୍ଚ୍ଚିତ ସିଙ୍ଗର ମନଜିତ୍ ସିଂ ରାଲ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲଣ୍ଡନରେ ତାଙ୍କର ଦୁର୍ଘଟଣା ଘଟିବାରୁ ଭାରତ ଆସିବାର ଯୋଜନାକୁ ବାତିଲ କରାଯାଇଛି । ଏଥିସହ ମୁମ୍ବାଇରେ ଆୟୋଜିତ ଥିବା ‘ଜି ସିନେ ଆୱାର୍ଡ ୨୦୨୬’ ପ୍ରୋଗ୍ରାମ ପାଇଁ ବାହାରିଥିଲେ । ଯେଉଁଠି ତାଙ୍କୁ ଅନେକ ପ୍ରଶଂସକମାନେ ଅପେକ୍ଷା କରିଥିଲେ । କିନ୍ତୁ ଦୁର୍ଘଟଣା ଯୋଗୁଁ ଇଭେଣ୍ଟରେ ପହଞ୍ଚିପାରିନଥିଲେ ।
ସଡ଼କ ଦୁର୍ଘଟଣା ପରେ ମନଜିତଙ୍କୁ ଲଣ୍ଡନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ତାଙ୍କ ଆଘାତର ଗମ୍ଭୀରତା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ତାଙ୍କର ମୁମ୍ବାଇ ଯାତ୍ରା ବାତିଲ କରାଯାଇଛି । ‘ଜି ସିନେ ଆୱାର୍ଡ ୨୦୨୬’ରେ ଭାଗଡା ଏବଂ ଅର୍ବନ୍ ହିପହପ୍ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିତିବା ପୂର୍ବରୁ ତାଙ୍କ ସହ ଏଭଳି ଦୁଃଖଦ ଘଟଣା ଘଟିଛି ।
