Saturday, October 3, 2026
30.8 C
Odisha

    ମୋଦିଙ୍କୁ ଦେଖି କାନ୍ଦି ପକେଇଲେ ୟୁକ୍ରେନ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    https://x.com/PTI_News/status/1826948803284361563?t=NSAbB73TLZO8Z46WO3mLCQ&s=19

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ ପୋଲାଣ୍ଡରୁ ସିଧା ଟ୍ରେନ୍ ଯୋଗେ ସେ କିଭରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ସମ୍ପ୍ରଦାୟର ଲୋକମାନେ ସ୍ୱାଗତ କରିଥିଲେ। ଏହି ସମୟରେ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଛନ୍ତି।

    ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମୋଦି ୟୁକ୍ରେନ ଜାତୀୟ ସଂଗ୍ରହାଳୟରେ ପହଞ୍ଚିଥିଲେ। ଏହି ସମୟର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ଭାବପ୍ରବଣ ହୋଇଥିବାର ଦେଖିବାକୁ ମିଳୁଛି। ଏଠାରେ ଉଭୟ ନେତା ରୁଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧରେ ନିହତ ପିଲାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

    ଏହାପରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ମାରିଏନସ୍କି ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଜେଲେନସ୍କି ଆଲୋଚନା କରିଥିଲେ। ମୋଦିଙ୍କୁ ସ୍ୱାଗତ କରିବା ପାଇଁ ମାରିଏନସ୍କି ପ୍ୟାଲେସକୁ ସମ୍ପୂର୍ଣ୍ଣ ସଜାଯାଇଛି। କିଭ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ପହଞ୍ଚିଛନ୍ତି। ଏହି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଭ ଏଭି ଫୋମିନ୍ ବଟାନିକାଲ୍ ଗାର୍ଡେନ୍ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଫୁଲ ଅର୍ପଣ କରିଥିଲେ। ଏହି ମୂର୍ତ୍ତି ୨୦୨୦ ରେ ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀରେ ସ୍ଥାପିତ ହୋଇଥିଲା। ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନରେ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ