Saturday, October 10, 2026
27.9 C
Odisha

    ମୋବାଇଲ୍‌ ନେଟୱର୍କ କାର୍ଯ୍ୟକ୍ଷମ ନ ହେବାରୁ ଜନ ଅସନ୍ତୋଷ ବୃଦ୍ଧି

    ଆଗକୁ ପଢନ୍ତୁ

    ଦେଶରେ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ଗ୍ରାମ ଓ ସହରକୁ ମୋବାଇଲ ସଂଯୋଗ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବିଡ଼ମ୍ବନାର ବିଷୟ ଯେ ଏହି ମୋବାଇଲ ସେବା ରାଇରଙ୍ଗପୁର ଓ ବିଜାତଳା ବ୍ଳକର ବହୁ ଗ୍ରାମର ଗ୍ରାମବାସୀ ସେବାରୁ ବଞ୍ଚିତ। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦୁଇ ବ୍ଳକର କୁଲେଇଶୀଳା ପଂଚାୟତର ବାଲିଖଣି, ଛତରମଣ୍ଡଳ, କଳସିଭଙ୍ଗା, ଜାରିହିଲ୍, ବଡ଼ମଉଦା ପଂଚାୟତର କଟୁପିଟ, ଚଢ଼େଇପାହାଡ଼ି ଗ୍ରାପର ଭୀମଖନ୍ଦା, ପଣ୍ଡୁପାଣି, ଡୁମୁରକୁଦର୍, ରେଙ୍ଗାଳବେଡା, ଜାମପାଣି ପ୍ରଭୃତି ପ୍ରାୟ ୩୦ରୁ ଅଧିକ ଗ୍ରାମବାସୀଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ ପ୍ରାୟ ୧୦ ଟି ବିଏସ୍ଏନଏଲ୍‌ର ୪ଜି ଟାୱାର ସ୍ଥାପିତ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଗୁଡ଼ିକ କାର୍ଯ୍ୟକ୍ଷମ ହୋଇନଥିବାରୁ କାର୍ଯ୍ୟରେ ଆସୁନି।

    ପୂର୍ବରୁ ବହୁ ଗ୍ରାମରେ ଲୋକେ ପାନୀୟ ଜଳ, ସ୍ବାସ୍ଥ୍ୟ, ଗମନାଗମନ, ଯୋଗାଯୋଗ ମୌଳିକ ସୁବିଧାରୁ ବଞ୍ଚିତ ଥିଲେ। ମାତ୍ର ଉକ୍ତ ଗ୍ରାମର ଗ୍ରାମବାସୀମାନଙ୍କ ନିରବଛିନ୍ନ ଅଭିଯୋଗ ଫଳରେ ନୂତନ ପିଚୁ ରାସ୍ତା ନିର୍ମାଣ, ପାନୀୟ କଳ ଯୋଗାଣ ଇତ୍ୟାଦି ସେବା ଜନସାଧାରଣ ଉପଯୋଗ କଲେ। ମାତ୍ର ବର୍ତ୍ତମାନର ଇଲେକ୍ଟ୍ରୋନିକ ଯୁଗରେ ଉକ୍ତ ଦୁଇ ଗ୍ରାମବାସୀ ଏବେ ମଧ୍ୟ ମୋବାଇଲ ସେବାରୁ ବଞ୍ଚିତ ଥୁବାର ଅଭିଯୋଗ ହୁଏ। ବିଡ଼ମ୍ବନାଟ ବିଷୟ ଯେ ସେହି ଗ୍ରାମ ଗୁଡ଼ିକରେ ବିଏସ୍‌ଏନ୍‌ଏଲ ଦ୍ବାରା ୧୧ଟି ମୋବାଇଲ ଟାୱାର ଏକ ବର୍ଷରୁ ଅଧିକ ନିର୍ମାଣ ସମାପ୍ତ ହୋଇଛି। ମାତ୍ର କାର୍ଯ୍ୟକ୍ଷମ ହୋଇପାରନି।

    ପ୍ରକାଶ ଥାଉକି କି ସେହି ଗ୍ରାମ ଗୁଡିକରେ ବହୁ କୋମଳମତି ଶିଶୁ ବାଳକ ବାଳିକା ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ ନରତ ଅଛନ୍ତି। ଅନେକ ସମୟରେ ରାତ୍ରିରେ ସେମାନନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଗଲେ ଯୋଗାଯୋଗ ସମ୍ଭବ ହୋଇପାରି ନଥିବାର ଅଭିଯୋଗ କରିଛନ୍ତି। ଏଥି ସହିତ ଜରୁରୀକାଳୀନ ସେବା ୧୦୮ ଓ ଦମକଳ ଗାଡି ଉଚିତ ସମୟରେ ପହଂଚି ପାରୁ ନଥିବାର ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିବାର ଅଭିଯୋଗ କରନ୍ତି।

    ଏସମ୍ବନ୍ଧରେ ଗ୍ରାମକୁ ଆସୁଥିବା ବିଭିନ୍ନ ଦଳୀୟ ନେତା ଓ ସରକାରୀ ଅଧୁକାରୀଙ୍କୁ ଅଭିଯୋଗ କଲେ କେବଳ ଶୀଘ୍ର ହୋଇଯିବାର ପ୍ରତିଶ୍ରୁତି ମଧ୍ଯରେ ସୀମିତ ରହୁଥ‌ିବାର ଗ୍ରାମବାସୀମାନେ ଗୁରୁତର ଅଭିଯୋଗ କରିଛନ୍ତି। ଏ ସମ୍ବନ୍ଧରେ ବିଏସଏନଏଲର ଡିଜିଏମ ମନୋରଞ୍ଜନ ସିଂଙ୍କ ସହିତ ଯୋଗାଯୋଗ କରିବାରୁ, ଉକ୍ତ ଟାୱର ଗୁଡିକୁ ବଡ଼ବଡ଼ ପାହାଡ଼ ଜଙ୍ଗଲ ଘେରି ରହିଥ‌ିବାରୁ ସିଗନାଲ ମିଳିବା ସମ୍ଭବ ହୋଇପାରୁ ନାହିଁ। ଏହାର ପୁନଃ ସର୍ଭେ କରାଯାଇ ପରବର୍ତ୍ତୀ ପଦକ୍ଷେପ ନେବାର ପ୍ରକାଶ କରିଛନ୍ତି।

    ତେବେ ବର୍ତ୍ତମାନର ଆଧୁନିକ ଯୁଗରେ ମୋବାଇଲ ସେବା ପରି ଜରୁରୀକାଳୀନ ସେବା ଗ୍ରାମବାସୀଙ୍କୁ ଯଥା ଶୀଘ୍ର ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଦୁର୍ଗମ ଅଞ୍ଚଳର ଗ୍ରାମବାସୀମାନେ କେବେ ମୋବାଇଲ୍ ନେଟ୍‌ୱର୍କ ସେବା ପାଇବେ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ