Thursday, May 14, 2026
36.7 C
Odisha

    ମୋହନାରେ ମୃଦୁ ଭୂକମ୍ପ

    ଆଗକୁ ପଢନ୍ତୁ

    ଗଜପତି : ମୋହନାରେ ମୃଦୁ ଭୂକମ୍ପ । ସକାଳ ପ୍ରାୟ ୯ଟା ୫ ମିନିଟ ସମୟରେ ଅନୁଭୂତ ହେଲା ଭୂକମ୍ପ । ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି l ସକାଳ ପ୍ରାୟ ୯ଟା୫ ମିନିଟ ସମୟରେ ଅଚାନକ ଏକ ଶବ୍ଦ ହୋଇଥିଲା ।  ଭୂମିକମ୍ପ ହେଉଥିବା ନେଇ ଲୋକେ ଜାଣିବା ପରେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ପ୍ରାୟ ୨ ସେକେଣ୍ଡ ଧରି ଭୂମିକମ୍ପ ଅନୁଭୁତ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

    ସେହିପରି ଡିସେମ୍ବର ୨୮ରେ ମଧ୍ୟ ମୋହନାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଅପରାହ୍ନ ୧ ଟା ୧ ମିନିଟରେ ଭୂମିକମ୍ପ ହୋଇଥିବା ବେଳେ ଅଡ଼ବା, ଚାନ୍ଦିପୁଟ, ଲୁହାଗୁଡ଼ି ଓ ତପ୍ତପାଣି ଅଞ୍ଚଳରେଅନୁଭୂତ ହୋଇଥିଲା । ପ୍ରାୟ ୨ ସେକେଣ୍ଡ ପାଖାପାଖି ଭୂକମ୍ପ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.7 ° C
    36.7 °
    36.7 °
    35 %
    1.4kmh
    36 %
    Thu
    42 °
    Fri
    43 °
    Sat
    44 °
    Sun
    44 °
    Mon
    46 °

    ସମ୍ବନ୍ଧିତ