Wednesday, April 8, 2026
34.5 C
Odisha

    ମୋ ପ୍ରତି ଘୋର ଅନ୍ୟାୟ ହୋଇଛି: ସୁର ରାଉତରାୟ

    ଆଗକୁ ପଢନ୍ତୁ

    କଂଗ୍ରେସରୁ ବହିଷ୍କୃତ ହେଲେ ସୁରେଶ ରାଉତରାୟ। ପ୍ରାୟ ୫୦ ବର୍ଷ ଧରି ଦଳ ପାଇଁ କାମ କରିଥିବା ସୁର କଂଗ୍ରେସରୁ ବିଦା। ଦଳ ବିରୋଧୀ କାମ ଅଭିଯୋଗରେ ସୁରେଶ ବହିଷ୍କୃତ। ଜଟଣୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁର। ଆଜି କଂଗ୍ରେସ ତାଙ୍କୁ ବହିଷ୍କାର କରିବା ପରେ ସୁର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦଳର ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ତେବେ ମୋ ପ୍ରତି ଏହା ଘୋର ଅନ୍ୟାୟ। କିଛି ଭୁଲ୍ ନକରି କଂଗ୍ରେସରୁ ମୋତେ ବହିଷ୍କାର କରାଯାଇଛି । ୫୦ ବର୍ଷ ଧରି ମୁଁ କଂଗ୍ରେସରେ କାମ କରିଛି। ମୋ ପୁଅ ଅନ୍ଯ ଦଳରୁ ଟିକେଟ ପାଇଛି । ମୋର କ’ଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ସୁର।

    ‘‘ମୁଁ ଦଳ ଛାଡ଼ି ନଥିଲି। ବହିଷ୍କାର ସତ୍ତ୍ବେ ମୁଁ କଂଗ୍ରେସରେ ଅଛି ଓ ଜୀବନ ଥିବା ଯାଏ କଂଗ୍ରେସରେ ରହିବି ବୋଲି ବିଧାୟକ ସୁରେଶ ରାଉତରାୟ ପୁଣି ଥରେ କହିଛନ୍ତି । ତାଙ୍କୁ ଶେଷ ଥର ଯେତେବେଳେ ଦଳ ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାକୁ ନେଇ ସେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ। ତାଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଛି ଓ ଆସନ୍ତାକାଲି ସେ କଂଗ୍ରେସ ଶୀର୍ଷ ନେତୃତ୍ବଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    23 %
    0.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ