Wednesday, October 7, 2026
30.3 C
Odisha

    ଓଡ଼ିଶାରେ ବସ ଦୁର୍ଘଟଣା: ୫ ଯାତ୍ରୀ ମୃତ, ୪୦ ଆହତ

    ଆଗକୁ ପଢନ୍ତୁ

    ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୫ ମୃତ। ୪୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଯାଜପୁର କୁଆଖିଆ ବାରବାଟୀ ଛକ ନିକଟରେ ଘଟିଛି ଏ ଦୁର୍ଘଟଣା। ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏ ମର୍ମନ୍ତୁଦ ଦୁର୍ଘଟଣା। ଓଭରବ୍ରିଜ୍ ତଳକୁ ଖସି ପଡ଼ିଛି ଏହି ବସ। ସମସ୍ତ ଆହତଙ୍କୁ ଯାଜପୁର ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

    ବସଟି ପୁରୀରୁ କୋଲକାତା ଯାଉଥିଲା କାଳିଆନନା ନାମକ ଏହି ବସ। ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ। ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ତୁରନ୍ତ ଆମ୍ବୁଲାନ୍ସ ଡକାଯାଇଥିଲା। ପାଖାପାଖି ୧୫ଟି ଆମ୍ବୁଲାନ୍ସ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ଦୁର୍ଘଟଣାଗ୍ରସ୍ତ ବସକୁ ଉଠାଇବାକୁ କ୍ରେନ ଆସି ପହଞ୍ଚିଛି। ଦୁର୍ଘଟଣାସ୍ଥଳରେ ଅଗ୍ନିଶମବାହିନୀ ସହ ମେଡିକାଲ ଷ୍ଟାଫ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ। ଏସପି ପହଞ୍ଚି ଉଦ୍ଧାରକାର୍ଯ୍ୟର ସମୀକ୍ଷା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ