Sunday, October 4, 2026
24.3 C
Odisha

    ମୋ ସ୍ୱାମୀଙ୍କୁ ପୋଲିସ ମାରି ଦେଇଛି; ଏଭଳି ଅଭିଯୋଗ ଆଣିଲେ ମହିଳା

    ଆଗକୁ ପଢନ୍ତୁ

    କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଡାଙ୍ଗଣାମୁ ଘାଟି ରାସ୍ତାରୁ ଗତ ୨୬ ତାରିଖରେ ବୌଦ୍ଧ ଜିଲା କଣ୍ଟାମାଳ ଥାନା ବେହେରାପଡା ଗ୍ରାମର ଜ୍ୟେଷ୍ଠ ବଣ୍ଡକିଙ୍କ ମୃତଦେହ ଜବତ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ଜଣେ ଟ୍ରେନି ସବ୍‌ଇନ୍ସପେକ୍ଟର(ଏସ୍‌ଆଇ) ଅଜିତ ବେହେରା ଓ ଜଣେ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବିତ କରାଯାଇଛି । ୩ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ସେମାନେ ହେଲେ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଓ ରତ୍ନାକର ନାୟକ। ଘଟଣାର ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜାଇବା ସମ୍ଭାବନା ଥିବାରୁ ସେମାନଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପ କହିଛନ୍ତି ।
    ଏ ସମ୍ପର୍କରେ ଅତିରିକ୍ତ ଏସ୍‌ପି ଦୀପ କହିଛନ୍ତି ଯେ, ଏହି ମାମଲାର ତଦନ୍ତ ପ୍ରକ୍ରିୟା ଏଯାଏ ଶେଷ ହୋଇନାହିଁ। ଜ୍ୟେଷ୍ଠଙ୍କ ସହ ଆସିଥିବା ଦାଶରଥିଙ୍କୁ ପଚରାଉଚରା ସରିନାହିଁ । କେବଳ ଜ୍ୟେଷ୍ଠଙ୍କ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି। ଭିସେରା ରିପୋର୍ଟ ଆସିନାହିଁ । ଘଟଣାରେ ପୋଲିସ ସମ୍ପୃକ୍ତି ନେଇ ଅଭିଯୋଗ ଥିବାରୁ ତଦନ୍ତ ଯେପରି ହେବାକଥା ସେପରି ଚାଲିଛି। ଘଟଣାରେ ଯାହାର ସମ୍ପୃକ୍ତି ଆସିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ଜିଲା ପୋଲିସ ମଧ୍ୟ ଗୁରୁତର ସହ ନେଇଛି। ଜ୍ୟେଷ୍ଠଙ୍କ ମୃତ୍ୟୁ ସ୍ବାଭାବିକ ନା ତାଙ୍କୁ ହତ୍ୟା କରାଯାଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଏସ୍‌ପି ଦୀପ ସୂଚନା ଦେଇଛନ୍ତି। ଜ୍ୟେଷ୍ଠ ତାଙ୍କର ଜଣେ ସହଯୋଗୀ ମାର୍ଡୋଲ ଗ୍ରାମର ଦାଶରଥି ଦିଗାଲଙ୍କ ସହ ଗତ ୨୬ ତାରିଖ ସକାଳ ୭ଟାରେ ଗୋଚ୍ଛାପଡା ଆସିଥିଲେ ା ଦିନ ପ୍ରାୟ ସାଢ଼େ ୧୨ଟାରେ ତାଙ୍କ ସ୍ତ୍ରୀ ସୁମନ୍ତି ବଣ୍ଡକି ଫୋନ କରିବାରୁ ମୋତେ ପୋଲିସ ଧରିଛି ବୋଲି କହି ଜ୍ୟେଷ୍ଠ ଫୋନ କାଟି ଦେଇଥିଲେ। ତାଙ୍କ ସମ୍ପର୍କୀୟମାନେ ଗୋଚ୍ଛାପଡା ଥାନାକୁ ପଚାରିବାରୁ ସେମାନେ କାହାରିକୁ ଗିରଫ କରି ନ ଥିବା କହିଥିଲେ। ସନ୍ଧ୍ୟାରେ ଥାନାକୁ ଯିବାରୁ ଗାଡି ଜବତ କରିଥିବା ପୋଲିସ କହିଥିଲା। ଦାଶରଥିଙ୍କୁ ଧରି ପୋଲିସ ଅଟକାଇଥିବା ସ୍ଥାନକୁ ଯାଇ ଖୋଜାଖୋଜି କରିବାରୁ ଜ୍ୟେଷ୍ଠଙ୍କ ମୃତଦେହ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ