Saturday, March 21, 2026
32.6 C
Odisha

    ମୟୂରଭଞ୍ଜରେ ଏମ୍‌ସର ଶାଖା ସ୍ଥାପନ ନେଇ ରାଜ୍ୟସଭାରେ ଦାବି ଉଠାଇଲେ ସାଂସଦ ମମତା

    ଆଗକୁ ପଢନ୍ତୁ

    ଓଡ଼ିଶାର ଉତ୍ତର ଭାଗରେ ଅବହେଳିତ ଭାବେ ଥିବା ମୟୂରଭଞ୍ଜ ଜିଲ୍ଲାରେ ଏମ୍ସ୍ ର ଏକ ଶାଖା ସ୍ଥାପନ ପାଇଁ ରାଜ୍ୟସଭା ସାଂସଦ ମମତା ମହାନ୍ତ ଦାବି କରିଛନ୍ତି। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ସଂସଦରେ ଦେଇଥିବା ଅଭିଭାଷଣ ଉପରେ ସାଂସଦ ମମତା ମହାନ୍ତ ଆଜି ମନ୍ତବ୍ୟ ତଥା ଟିପ୍ପଣୀ ଦେବା ଅବସରରେ ଏହି ଦାବି ଉପସ୍ଥାପନ କରିଛନ୍ତି।
    ସେ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲାରେ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଦେବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଉଦ୍ୟମ କରି ଏକ ମେଡିକାଲ୍ କଲେଜ ସ୍ଥାପନ କରିଛନ୍ତି। ଏହି ମେଡିକାଲ୍ କଲେଜକୁ ମହାପୁରୁଷ ପଣ୍ଡିତ ରଘୁନାଥ ମୂର୍ମୁଙ୍କ ନାମରେ ନାମିତ କରାଯାଇଛି। ତେବେ କେନ୍ଦ୍ର ସରକାର୍ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ମେଡିକାଲ୍ କଲେଜର ବିକାଶ ପାଇଁ କୌଣସି ଉଦ୍ୟମ କରୁ ନାହାନ୍ତି। ଫଳରେ ଅଞ୍ଚଳବାସୀ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ରହିଛନ୍ତି। ଏହି ପରିସ୍ଥିତିରେ ମୟୂରଭଞ୍ଜ ଜିଲ୍ଲାରେ ଏମ୍ସ ର ଏକ ଶାଖା ଖୋଲି କେନ୍ଦ୍ର ସରକାର ଲୋକଙ୍କୁ ଉନ୍ନତମାନର ସେବା ପ୍ରଦାନ କରନ୍ତୁ। ଏହା ଦ୍ବାରା ଓଡ଼ିଶାର କେବଳ ଉତ୍ତର ଭାଗର ଲୋକ ନୁହେଁ, ବରଂ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ଲୋକେ ମଧ୍ୟ ଉପକୃତ ହେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ