Monday, October 5, 2026
23.3 C
Odisha

    ସାକାର ହରି ବାବା କିଏ? ଏହି ବାବାଙ୍କ ସତ୍‌ସଙ୍ଗରେ ଦଳାଚକଟା ଯୋଗୁଁ ଚାଲିଗଲା ୧୨୦ ଜୀବନ

    ଆଗକୁ ପଢନ୍ତୁ

    ମଙ୍ଗଳବାର ଉତ୍ତରପ୍ରଦେଶ ହାଥରସରେ ଏକ ବଡ଼ ଅଘଟଣ ଘଟିଛି। ହାଥରସ ଜିଲ୍ଲାର ସିକନ୍ଦରା ରାଓ ଥାନା ପୁଲରାଇ ଗାଁରେ ଚାଲିଥିବା ଏକ ସତ୍‌ସଙ୍ଗରେ ହୋଇଥିବା ଦଳାଚକଟାରେ ୧୨୦ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ବହୁ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି। ତେବେ ଏପରି ଏକ ବଡ଼ ଅଘଟଣ ପରେ ସବୁଆଡେ ଚର୍ଚ୍ଚା ଯେ ଏହି ଘଟଣା କେମିିତି ଘଟିଲା। ବାସ୍ତବରେ ସେଠାରେ ସାକାର ହରି ବାବାଙ୍କର ଏକ ଦିନିଆ ସତସଙ୍ଗ ଚାଲିଥିଲା ​​। ସେଠାରେ ପିଲାମାନଙ୍କ ସହିତ ପୁରୁଷ ଏବଂ ମହିଳାମାନେ ବାବାଙ୍କ ଉପଦେଶ ଶୁଣୁଥିଲେ। ସତ୍‌ସଙ୍ଗ ଶେଷ ହେବା ପରେ ଲୋକମାନଙ୍କ ସେହି ପେଣ୍ଡାଲ ଭିତରେ ଅଟକାଇ ରଖିଦିଆଯାଇଥିଲା। କୁହାଗଲା କି ବାବା ଯିବା ପରେ ଅନ୍ୟମାନଙ୍କୁ ଯିବାକୁ ଅନୁମତି ମିଳିବ। ପ୍ରବଳ ଭିଡ ସହ ବର୍ଷା ହୋଇଥିବା କାରଣରୁ ପେଣ୍ଡାଲ ଭିତରେ କିଛି ସ୍ଥାନରେ ପାଣି ମଧ୍ୟ ଜମି ରହିଥିଲା। ତେବେ ସତ୍‌ସଙ୍ଗ ଶେଷ ହେବା ବାବା ବାହାରିବା ବେଳେ ସେଠାରେ ଜମା ହୋଇଥିବା ଲୋକମାନେ ବାହାରିବା ସମୟରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଯେଉଁଥିରେ ୧୨୦ ଲୋକଙ୍କ ଜୀବନ ଯାଇଛି। ଏହି ବଡ ଦୁର୍ଘଟଣା ପରେ, ପ୍ରତ୍ୟେକ ବ୍ୟକ୍ତି ଜାଣିବାକୁ ଚାହାଁନ୍ତି ଯେ ସାକାର ହରି ବାବା ଛଦ୍ମନାମ ଭୋଲେ ବାବା କିଏ ? ଯାହାର ସତସଙ୍ଗରେ ଏତେ ସଂଖ୍ୟକ ଅନୁଗାମୀ ଆସିଥିଲେ। ଆସନ୍ତୁ ଜାଣିବା ବାବା ସାକାର ହରି ଭୋଲେ ବାବା ବିଷୟରେ ….
    ସାକାର ହରି ବାବା ଛଦ୍ମନାମ ଭୋଲେ ବାବାଙ୍କର ପ୍ରକୃତ ନାମ ହେଉଛି ସୁରଜ ପାଲ ସିଂ । ବାବା କାସଗଞ୍ଜର ପଟିଆଲିର ବାସିନ୍ଦା । ପ୍ରାୟ ୧୭ ବର୍ଷ ପୂର୍ବେ ସେ ପୁଲିସ୍ କନଷ୍ଟେବଳ ଭାବରେ ଚାକିରି ଛାଡି ସତସଙ୍ଗ କରିବା ଆରମ୍ଭ କରିଥିଲେ। ଚାକିରି ଛାଡିବା ପରେ ସୁରଜ ପାଲ ତାଙ୍କ ନାମ ସାକାର ହରି ବୋଲି ପରିବର୍ତ୍ତନ କରିଥିଲେ। ଅନୁସରଣକାରୀମାନେ ତାଙ୍କୁ ଭୋଲେ ବାବା ବୋଲି ଡାକନ୍ତି । କୁହାଯାଏ ଯେ ସମାଜର ଗରିବ ଏବଂ ବଞ୍ଚିତ ବର୍ଗଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଇଲା। କିଛି ଦିନ ମଧ୍ୟରେ, ଲକ୍ଷ ଲକ୍ଷ ଅନୁଗାମୀ ସୃଷ୍ଟି ହୋଇଥିଲେ। ଉତ୍ତରପ୍ରଦେଶ ବ୍ୟତୀତ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ତାଙ୍କ ଅନୁଗାମୀମାନେ ରହିଥିବା ଜଣାପଡିଛି।

    କୁହାଯାଉଛି ଯେ ସାକାର ହରି ବାବା ତାଙ୍କ ସତସଙ୍ଗରେ ମାନବ ସେବାର ବାର୍ତ୍ତା ଦିଅନ୍ତି । ଅଧିକାଂଶ ସତସଙ୍ଗରେ ବାବା ଲୋକମାନଙ୍କୁ କୁହନ୍ତି ଯେ ମଣିଷର ସେବା ହେଉଛି ସବୁଠାରୁ ବଡ ସେବା । ସେମାନେ ସତସଙ୍ଗକୁ ଆସୁଥିବା ଲୋକଙ୍କୁ କୁହନ୍ତି, ଏଠାରେ ରୋଗ ଭଲ ହୋଇଯାଏ, ମନ ଶୁଦ୍ଧ ହୁଏ, ଏଠାରେ କୌଣସ ଭେଦଭାବ ନାହିଁ, ଦାନ ନାହିଁ, କପଟତା ନାହିଁ, ଏଠାରେ ସମସ୍ତେ ସମାନ। ଏହା ବ୍ରହ୍ମଲୋକ, ଏହା ସ୍ୱର୍ଗ। କିନ୍ତୁ ଆଜିର ଅଘଟଣ ପରେ ଘଟଣା ସ୍ଥଳରୁ ବାବାଙ୍କ ଫେରାର ହେବା ଦର୍ଶାଉଛି ବାବା କେତେ ମାନବ ସେବା କରନ୍ତି।

    ବାବା ସୁଟ୍ ଏବଂ ବୁଟ୍ ରେ ରୁହନ୍ତି

    କିଛି ଲୋକ ବାବାଙ୍କ ବିଷୟରେ କୁହନ୍ତି ଯେ ସେ ୟୁପି ପୁଲିସର ସବ୍-ଇନ୍ସପେକ୍ଟର ଥିଲେ। କେହି କେହି ଏହା ମଧ୍ୟ କହିଛନ୍ତି ଯେ ସେ ଆଇବି ଚାକିରି କରୁଥିଲେ। ସେଥିପାଇଁ କୁହାଯାଏ ଯେ ବାବା ପୁଲିସ ପରି ସୁଟ୍ ଏବଂ ବୁଟ୍ ରେ ରୁହନ୍ତି । ବାବା ସାଧାରଣ ସାଧୁଙ୍କ ପରି ଗେରୁଆ ବସ୍ତ୍ର ପିନ୍ଧନ୍ତି ନାହିଁ। ସବୁବେଳେ ଦାମୀ ଜୋତା ସାଙ୍ଗକୁ ଦାମୀ ଚଷମା ଓ ଧଳା ପ୍ୟାଣ୍ଟସର୍ଟ ପିନ୍ଧନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ