Friday, October 9, 2026
24.1 C
Odisha

    ଯଦି ଆପଣ ଇ-ଚାଲାଣ ପେମେଣ୍ଟ କରୁନାହାନ୍ତି, ତେବେ ଏବେ ଠାରୁ ହୋଇଯାଆନ୍ତୁ ସତର୍କ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ରାସ୍ତାର ବିଭିନ୍ନ ସ୍ଥାନରେ ଲାଗିଥିବା ଟ୍ରାଫିକ୍ କଣ୍ଟ୍ରୋଲରେ ଆପଣଙ୍କର ଇ-ଚାଲାଣ ଯେକୌଣସି ସମୟରେ କଟିଥାଇପାରେ। ଏଥିରେ ଯଦି ଆପଣ ଇ-ଚାଲାଣକୁ ପେମେଣ୍ଟ କରୁନାହାନ୍ତି ତେବେ ଆପଣ ବଡ଼ ଅସୁବିଧାରେ ପଡିବାକୁ ଯାଉଛନ୍ତି। ଇ-ଚାଲାଣକୁ ନେଇ ନୂଆ ନିୟମ ପ୍ରସ୍ତୁତ ହେଉଛି। ବର୍ତ୍ତମାନ ଦେଶରେ କଟୁଥିବା ଇ-ଚାଲାଣରେ ୪୦ ପ୍ରତିଶତର ରିକୋଭରୀ ହୋଇପାରେ। ଏଥିରେ ସରକାର ଇ-ଚାଲାଣ ବ୍ୟାବସ୍ଥାକୁ ଉତ୍ତମଭାବେ ଲାଗୁ କରିବା ପାଇଁ ଏଥିପାଇଁ ନିୟମଗୁଡ଼ିକର ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି।

    ରିପୋର୍ଟ ମୁତାବକ, ସରକାର ଇ-ଚାଲାଣ ବ୍ୟବସ୍ଥାକୁ ଉତ୍ତମ କରିବା ଲାଗି ଅନେକ ପରିବର୍ତ୍ତନ କରିପାରନ୍ତି। ଡ୍ରାଫ୍ଟ ମୁତାବକ, ନୂଆ ନିୟମରେ ଡ୍ରାଇଭିଙ୍ଗ ଲାଇସେନ୍ସ ଜବତ ଠାରୁ ବୀମାର ଅଧିକ ପ୍ରିମିୟମ ଭରିବା ପର୍ଯ୍ୟନ୍ତ ବ୍ୟବସ୍ଥା କରାଯିବ।

    ଯଦି ଏକ ଫାଇନାଲସିଆଲ ଇୟରରେ କୌଣସି ବ୍ୟକ୍ତି ରେଡ ଲାଇଟ ଜମ୍ପ କରିବାଠାରୁ ସ୍ପିଡ ଡ୍ରାଇଭିଙ୍ଗ କରିବା ଭଳି ଉଲ୍ଲଘଂନ ୩ ଥର କରେ, ତେବେ ଏହାର ଲାଇସେନ୍ସ ୩ ମାସ ପାଇଁ ରଦ୍ଧ ହୋଇପାରେ।

    ଯଦି ଆପଣଙ୍କ ଇ-ଚାଲାଣ ଅନପେଡ୍ ହୋଇ ରହିଛି, ତେବେ ଆପଣଙ୍କୁ କାର୍ ଏବଂ ବାଇକର ଇନସ୍ୟୁରାନ୍ସରେ ଅଧିକ ପ୍ରିମିୟମ ଭରିବାକୁ ପଡିପାରେ। ଏତିକି ନୁହେଁ ଯଦି ଗତ ଆର୍ଥିକ ବର୍ଷର ୨ରୁ ଅଧିକ ଚାଲାଣ ପେଣ୍ଡିଙ୍ଗ ରହୁଛି ତେବେ ଆପଣଙ୍କୁ ଇନ୍ୟୁରାନ୍ସର ଅଧିକ ପ୍ରିମିୟମ ଭରିବାକୁ ପଡିପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    78 %
    1.6kmh
    1 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ