Friday, October 18, 2024
29.5 C
Odisha

    ଯାଜପୁରରେ ୭ ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି ଅଭିଯୋଗ

    ଆଗକୁ ପଢନ୍ତୁ

    : ଯାଜପୁରରେ ଅଭାବନୀୟ ଘଟଣା । ମାତ୍ର ୭ ହଜାର ଟଙ୍କାରେ ନିଜ ଶିଶୁପୁତ୍ରକୁ ବିକ୍ରି କରିଦେଲା ଜନ୍ମକଲା ବାପା ଓ ମାଆ । ଘଟଣା ପ୍ରଘଟ ହେବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ଚଢ଼ଉ କରାଯାଇ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଆସନ୍ତାକାଲି ଶିଶୁପୁତ୍ରକୁ ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବ ବୋଲି ଜଣାପଡିଛି ।
    ସୂଚନା ମୁତାବକ, ଯାଜପୁର ଥାନା ଆଙ୍କୁଲା ଅଞ୍ଚଳରେ ରହୁଥିବା ଜଗା ମୁଣ୍ଡାଙ୍କ ଗତ ଅଗଷ୍ଟ ୨୭ ତାରିଖରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । କିନ୍ତୁ ୪ ଦିନ ତଳେ ଏହି ଶିଶୁପୁତ୍ରକୁ ଆଙ୍କୁଲା ଗାଁରେ ଜଗା ୭ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ । ଜଗା ଜଣେ ଦିନମଜୁରିଆ ହୋଇଥିବାରୁ ଆର୍ଥିକ ଅନଟନ ଯୋଗୁଁ ସେ ଏପରି କରିଥିବା କୁହାଯାଉଛି । ଜଗା ଶିଶୁପୁତ୍ରକୁ ରାମବାଗ ନିକଟସ୍ଥ ହଳଦିପଦା ଅଞ୍ଚଳର ଜଳିଆ ଜେନାଙ୍କୁ ବିକିଥିଲା । ଆଜି ଜଗା ହଠାତ୍ ନିଜ ପୁଅକୁ ଫେରାଇବା ପାଇଁ ଦାବି କରିଥିଲେ । ପୂର୍ବରୁ ନେଇଥିବା ୭ ହଜାର ଟଙ୍କା ନେଇ ମୋ ପୁଅକୁ ଦିଅ ବୋଲି ଦାବି କରିଥିଲେ ଜଗା । କିନ୍ତୁ ଶିଶୁପୁତ୍ର କିଣିଥିବା ବ୍ୟକ୍ତି ଏଥିରେ ରାଜି ନ ହେବାରୁ ସେ ଯାଜପୁର ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ । ଟାଉନ ଥାନା ଅଧିକାରୀ ଏ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଶିଶୁପୁତ୍ରକୁ ହଳଦିପଦା ଅଞ୍ଚଳର ଜଳିଆ ଜେନାଙ୍କ ଘରୁ ଉଦ୍ଧାର କରାଯାଇଥିଲା । ଚାଇଲ୍ଡ ଲାଇନର ସଂଯୋଜକ ବରେନ୍ଦ୍ର କୃଷ୍ଣ ଦାସ ଓ ଯାଜପୁର ପୁଲିସ ଶିଶୁପୁତ୍ରକୁ ଉଦ୍ଧାର କରି ଉତ୍କଳ ବାଳାଶ୍ରମରେ ଥିବା ସାଆରେ ରଖି ଶିଶୁ ମଙ୍ଗଳ କମିଟିକୁ ଅବଗତ କରିଛି । ଆସନ୍ତାକାଲି ଏହି ଶିଶୁପୁତ୍ରକୁ ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବ ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ