Sunday, October 4, 2026
29.6 C
Odisha

    ଯୁଦ୍ଧ ଭିତରେ ବଡ ଖବର: ରାଜ୍ୟର ସବୁ ଜିଲ୍ଲାପାଳ, ଆରଡିସି ଓ ଆଇପିଏସ ଅଫିସରଙ୍କ ଛୁଟି ବାତିଲ କଲେ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ବଡ଼ ଖବର ।  ରାଜ୍ୟର ସବୁ ଜିଲ୍ଲାପାଳ ଓ ଆରଡିସିଙ୍କ ଛୁଟି ବାତିଲ ।  ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଦେଶର ପଶ୍ଚିମ ଭାଗରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଛୁଟିରେ ଥିବା ଜିଲ୍ଲାପାଳ ଓ ଆରଡିସିଙ୍କୁ ତୁରନ୍ତ ମୁଖ୍ୟାଳୟକୁ ଫେରିବା ସହ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି ।  ଏହି ସମୟରେ କୌଣସି ଛୁଟି ମଂଜୁର ହେବ ନାହିଁ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

    ସେହିପରି ସବୁ ଆଇପିଏସ ଅଫିସରଙ୍କ ଛୁଟି ବାତିଲ ହୋଇଛି ।  ଏନେଇ ଗୃହ ବିଭାଗର ଅତିରିକ୍ତ ସଚିବ ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଛନ୍ତି ।  ସୀମାରେ ଯୁଦ୍ଧ ଚାଲିଥିବା ବେଳେ କେଉଁ ସମୟରେ କିଛି ବି ହୋଇପାରେ, ଏହାକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ