Friday, December 20, 2024
20.5 C
Odisha

    ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ପ୍ରୋଷ୍ଟେଟ କ୍ୟାନସର ମାମଲା: ଏହି ରୋଗ ହେବା ପଛର କାରଣ କ’ଣ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ଖାଦ୍ୟପେୟ ଓ ଜୀବନଧାରଣର ଶୈଳୀ ପରିବର୍ତ୍ତନ କାରଣରୁ ଯୁବପୀଢ଼ିଙ୍କ ମଧ୍ୟରେ ଅନେକ ରୋଗ ଦେଖିବାକୁ ମିଳୁଛି । ବିଶେଷ କରି ଆଜିର ସମୟରେ ଯୁବପୀଢ଼ିଙ୍କ ପାଇଁ ପ୍ରୋଷ୍ଟେଟ କ୍ୟାନସର ଏକ ବଡ଼ ସମସ୍ୟା । ପ୍ରୋଷ୍ଟେଟ ଗ୍ଲାଣ୍ଡରେ ଯେତେବେଳେ ସେଲ୍ସ ଅନ୍ତିୟନ୍ତ୍ରିତ ଭାବେ ବୃଦ୍ଧି ହୋଇଥାଏ, ସେହି ସମୟରେ ଏହି ରୋଗ ଜନ୍ମ ନେଇଥାଏ । ଏହା ଧୀରେଧୀରେ ବଢ଼ିଥାଏ ଓ ଯଦି ଏହା ଶରୀରର ଅନ୍ୟ ଅଙ୍ଗକୁ ନବ୍ୟାପେ ତେବେ ତାହା ସେତେଟା ଗମ୍ଭୀର ହୋଇନଥାଏ । ତେବେ ଅନେକ ସମୟରେ ପ୍ରୋଷ୍ଟେଟ କ୍ୟାନସର ଅନ୍ୟ ଅଙ୍ଗକୁ ବ୍ୟାପିଥାଏ ଓ ତାହା ସେହି ସମୟରେ ଭୟଙ୍କର ହୋଇପାରେ । ପୂର୍ବରୁ ଏହା ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ସଂକ୍ରମିତ କରୁଥିବା ବେଳେ ଏବେ ତାହା ୩୦-୪୦ ବର୍ଷୀୟଙ୍କୁ ଆକ୍ରମଣ କରୁଛି । ପ୍ରୋଷ୍ଟେଟ କ୍ୟାନସରର କାରଣର ଶରୀରେ ଜେନେଟିକ ମ୍ୟୁଟେସନ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଯେତେବେଳେ ଶରୀରରେ ଡିଏନଏରେ ପରିବର୍ତ୍ତନ ହୋଇଥାଏ, ସେହି ସମୟରେ କ୍ୟାନସରର ଆଶଙ୍କା ବଢ଼ିଯାଇଥାଏ । ଯଦି ପରିବାରର କୌଣସି ସଦସ୍ୟ ଏଥିରେ ଆକ୍ରାନ୍ତ ହୋଇଥାନ୍ତି, ତେବେ ଆଗାମୀ ପୀଢ଼ି ଆନୁବଂଶିକ ଭାବେ ଏଥିରେ ପ୍ରଭାବିତ ହେବାର ସମ୍ଭାବନା ରହିଥାଏ । ଏଥିସହିତ ଓଜନ ବୃଦ୍ଧି, ଚାପ, ରକ୍ତଚାପ ବୃଦ୍ଧି ଓ ଲାଇଫଷ୍ଟାଇଲରେ ପରିବର୍ତ୍ତନ ମଧ୍ୟ ଏହାର କାରଣ ହୋଇପାରେ । ପ୍ରୋଷ୍ଟେଟ କ୍ୟାନସରର ପ୍ରାରମ୍ଭିକ ଲକ୍ଷଣ ଗମ୍ଭୀର ହୋଇନଥିବାରୁ ଲୋକମାନେ ଏହାକୁ ଅଣଦେଖା କରିଥାନ୍ତି । ପରିସ୍ରାରେ ଫ୍ଲୋ ନ ଆସିବା, ପରିସ୍ରାରେ ରକ୍ତ ପଡ଼ିବା, ପରିସ୍ରା ସମୟରେ ଯନ୍ତ୍ରଣା ଲାଗିବା, ରାତିରେ ଅଧିକ ପରିସ୍ରା ଲାଗିବା, ପରିସାକୁ ନିୟନ୍ତ୍ରଣ କରି ନପାରିବା, ଦୁର୍ବଳ ୟୁରିନ ସିଷ୍ଟମ, ବ୍ୟାକ ହିପ୍ସ ଓ ପେଲଭିସରେ ଯନ୍ତ୍ରଣା ହେବା ଏହାର ଗୋଟିଏ ଗୋଟିଏ ଲକ୍ଷଣ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    20.5 ° C
    20.5 °
    20.5 °
    75 %
    1.4kmh
    100 %
    Fri
    21 °
    Sat
    25 °
    Sun
    27 °
    Mon
    27 °
    Tue
    27 °

    ସମ୍ବନ୍ଧିତ