Monday, October 5, 2026
29.1 C
Odisha

    କଣ୍ଟେନରକୁ ପଛପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

    ଆଗକୁ ପଢନ୍ତୁ

    ଜଳେଶ୍ଵର: ଜଳେଶ୍ଵର ଥାନା ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣ ନାଥ ଟୋଲ ପ୍ଲାଜା ଅନତି ଦୂରରେ କଣ୍ଟେନରକୁ ପଛ ପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ। ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ତୀର୍ଥଯାତ୍ରୀ। ନଦିଆରୁ ବାଲେଶ୍ୱର ଅଭିମୁଖେ ଏହି ବସ୍ ଆସୁଥିଲା ବୋଲି କୁହାଯାଇଛି। ଦୁର୍ଘଟଣାରେ ୨ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ପାଖାପାଖି ୧୦ ଜଣ ଆହତ ହୋଇଛନ୍ତି।
    ବିବରଣୀରୁ ପ୍ରକାଶ ଯେ ପ୍ରଧାନ ନାମକ ଓଆର୦୫ଏବି୮୧୧୫ ନମ୍ବରର ଏହି ତୀର୍ଥ ଯାତ୍ରୀ ବସ୍ ୫୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗର ନଦିଆରୁ ବାଲେଶ୍ୱର ଆଡ଼କୁ ଯାଉଥିବା ବେଳେ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ଠାରୁ ଅନତି ଦୂରରେ ଘଟିଛି ଦୁର୍ଘଟଣା। କେତେକ ଅସାମାଜିକ ଯୁବକ ୬୦ ନମ୍ବର ଜାତୀୟ ରାଜପଥ ଉପରେ ୨ଟି ବାଇକକୁ ମଝି ରାସ୍ତାରେ ଛିଡ଼ା କରି ଏକ କଣ୍ଟେନରକୁ ଅଟକାଇବା ସହ ଚାନ୍ଦା ଆଦାୟ କରୁଥିଲେ। ଏହି ସମୟରେ ତୀର୍ଥ ଯାତ୍ରୀବସଟି ଦ୍ରୁତ ଗତିରେ ଆସି କଣ୍ଟେନରକୁ ପଛ ପଟୁ ଧକ୍କା ଦେଇଥିଲା।

    ବସର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ବସରେ ୧୨ ରୁ ଅଧିକ ଯାତ୍ରୀ ଆହତ ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଚାନ୍ଦା ଆଦାୟ ପାଇଁ ଲକ୍ଷ୍ମଣନାଥ ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଜଳେଶ୍ୱର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଗୁରୁତର ଓ ଆହତମାନଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣି ଚିକିତ୍ସା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    71 %
    1.6kmh
    0 %
    Mon
    26 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ