Monday, October 5, 2026
22.4 C
Odisha

    ଯୁବା ଦିଶିବା ପାଇଁ ଶେଫାଳୀ ବ୍ୟବହାର କରୁଥିବା ଔଷଧର ମୂଲ୍ୟ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଗତ କିଛି ଦିନ ତଳେ ହୋଇଥିବା ଅଭିନେତ୍ରୀ-ମଡେଲ ଶେଫାଳୀ ଜରିୱାଲାଙ୍କ ମୃତ୍ୟୁ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେ ଯୁବା ଦିଶିବା ପାଇଁ ଖାଉଥିବା ଔଷଧ କାରଣରୁ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ଶେଫାଳୀ ଯୁବା ଦିଶିବା ପାଇଁ ବିଶେଷକରି ଗ୍ଲୁଟାଥିଓନ୍ ଏବଂ ଭିଟାମିନ୍ ସି ବ୍ୟବହାର କରୁଥିଲେ ବୋଲି ସୂଚନା ରହିଛି। ପୁଲିସ୍ ସୂତ୍ର ଅନୁଯାୟୀ, ଶେଫାଳୀ ପ୍ରାୟ ଆଠ ବର୍ଷ ଧରି ଏହି ଔଷଧଗୁଡ଼ିକ ସେବନ କରୁଥିଲେ। ପ୍ରାରମ୍ଭିକ ପରାମର୍ଶ ପରେ ସେ ପରବର୍ତ୍ତୀ ସମୟରେ ଡାକ୍ତରୀ ପରାମର୍ଶ ବିନା ହିଁ ଔଷଧ ବ୍ୟବହାର କରୁଥିଲେ।

    ତେବେ ଆପଣ ଜାଣନ୍ତି କି ଏହି ଔଷଧ କେତେ ଦାମୀ? ଭାରତର ବିଭିନ୍ନ ସ୍ଥାନରେ ଏହାର ଦର ଭିନ୍ନ। ଗୁରୁଗ୍ରାମର କ୍ଲିନିକ୍‌ଗୁଡ଼ିକରେ ପ୍ରତି ସେସନ୍‌ର ମୂଲ୍ୟ ୪,୦୦୦ ଟଙ୍କାରୁ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥିବା ବେଳେ ଡୋଜ୍ ଶକ୍ତି ଏବଂ ଚୟନ କରାଯାଇଥିବା ସେସନ୍‌ର ସଂଖ୍ୟା ନେଇ ମୂଲ୍ୟ ଭିନ୍ନ ରହିଥାଏ।

    ସେହିପରି ଦିଲ୍ଲୀରେ ପ୍ରତି ସେସନ୍‌ର ମୂଲ୍ୟ ୫,୦୦୦ ରୁ ୭,୦୦୦ ଟଙ୍କା ହୋଇଥାଏ। ୫-ସେସନ ବିଶିଷ୍ଟ ଏକ ପ୍ୟାକେଜ୍‌ର ମୂଲ୍ୟ ୩୫,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଯେତେବେଳେ କି ୧୦-ସେସନ୍ ଯୋଜନା ଆପଣଙ୍କୁ ପ୍ରାୟ ୬୦,୦୦୦ ଟଙ୍କା ପଡ଼ିପାରେ। ତେବେ ମୁମ୍ବାଇରେ ଗ୍ଲୁଟାଥିଓନ୍ ଆଇଭି ସେସନ୍‌ର ମୂଲ୍ୟ ୮,୦୦୦ ଟଙ୍କାରୁ ଆରମ୍ଭ ହୁଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ