Wednesday, October 7, 2026
27.2 C
Odisha

    ‘ଯେଉଁଦିନ ହୁଇସିଲ ଫୁଙ୍କା ହେବ ସେହିଦିନ ବିଜେଡି ଗୋଲ୍‌ ହୋଇଯିବ’ : ଜୟନାରାୟଣ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭାରତୀୟ ଜନତା ପାର୍ଟି(ବିଜେପି)ର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁଣି ଥରେ ବିଜୁ ଜନତା ଦଳ(ବିଜେଡି) ଓ ଓଡ଼ିଶାରେ ପୂର୍ବତନ ସରକାରରେ ୫ଟି ଅଧ୍ୟକ୍ଷ ଭୈରବ କାର୍ତ୍ତିକେୟନ୍‌ ପାଣ୍ଡିଆନଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି। ବରିଷ୍ଠ ବିଜେପି ନେତା କହିଛନ୍ତି, ମୁଁ ବିଜେଡି ନେତାଙ୍କୁ ସାହସ ଦେଇଛି। ସେଥିପାଇଁ ସମସ୍ତେ ତାଙ୍କ ନାଁରେ କହୁଛନ୍ତି। ଆହୁରି ଅଧିକ ନେତା କହିଲେ ସେ ଲୋକ ଏକ୍ସପୋଜ ହେବ। ଓଡ଼ିଶାର ଖଣି, ପାଣି ଯିଏ ଲୁଟିଛି ତାକୁ ଛଡ଼ାଯିବା ଉଚିତ ନୁହେଁ। ଭିକେ ପାଣ୍ଡିଆନଙ୍କ ସହ ନବୀନଙ୍କ କେମିଷ୍ଟ୍ରି ମୁଁ ଜାଣିନି। କିନ୍ତୁ ଏତେ ସବୁ ହେଲା ପରେ ବି ନବୀନଙ୍କ ବୁଦ୍ଧି ଉଦୟ ହେଉନାହିଁ। ବହୁତ ଦିନର ସଂଚିତ କ୍ରୋଧ ଆଗାମୀ ଦିନରେ ବିଦ୍ରୋହର ରୂପ ଧାରଣ କରିବ।

    ବିଜେପି ନେତା ଜୟନାରାୟଣ ମିଶ୍ର ଅନେକ ସମୟରେ ବିଜେଡିକୁ ଟାର୍ଗେଟ କରିବା ସହିତ ହୁଇସିଲ କଥା କହିଛନ୍ତି। ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ ବୋଲି ଏକାଧିକ ଥର କହିଛନ୍ତି। ଶ୍ରୀ ମିଶ୍ର ପୁଣି ଥରେ ହୁଇସିଲ୍‌ କଥା କହିଛନ୍ତି। ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ ବୋଲି କହିଛନ୍ତି। ଆମେ ମଧ୍ୟ ହୁଇସିଲ ବାଜିବାର ଅପେକ୍ଷାରେ ଅଛୁ। ଯେଉଁଦିନ ହୁଇସିଲ ଫୁଙ୍କା ହେବ ସେହିଦିନ ବିଜେଡି ଗୋଲ ହୋଇଯିବ। ତାସ୍‌ ଘର ଭଳି ବିଜେଡି ଭାଙ୍ଗିଯିବ। ରାଜ୍ୟସଭାରେ ଦେଖିଲେ। ବିଧାନସଭାରେ ବି କ’ଣ କରୁଛନ୍ତି। ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ। ବିଜେଡିର ସମସ୍ତେ ଯୋଗାଯୋଗରେ ଅଛନ୍ତି ଏବଂ ଆଗକୁ ଅନେକ କଥା ଘଟିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ