Wednesday, March 11, 2026
32.7 C
Odisha

    ଯୌତୁକ ପାଇଁ ହତ୍ୟା ମାମଲା: ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

    ଆଗକୁ ପଢନ୍ତୁ

    ଜଗତସିଂହପୁର ଜିଲ୍ଲା ଓ ଦୌରାଜଜ୍ ଶ୍ରୀନିବାସ ପ୍ରତିହାରୀ ଏକ ଯୌତୁକଜନିତ ହତ୍ୟା ମାମଲାର ଶୁଣାଣି କରି ଆସାମୀ ତିର୍ତ୍ତୋଲ ବତିଲୋ ଅଞ୍ଚଳର ପ୍ରକାଶ ନାଥ ଓରଫ୍ ବଳିଆକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। ମାମଲାରୁ ଜଣାପଡ଼ିଛି, ଜଗତସିଂହପୁର ଥାନା ଅଧୀନ ରସଲପୁର ଗ୍ରାମର କଣ୍ଡୁରୀ ନାଥଙ୍କ ଝିଅ ଝୁନା ନାଥ ୨୦୧୬ରେ ତିର୍ତ୍ତୋଲ ବତିଲୋ ଅଞ୍ଚଳର ପ୍ରକାଶ ନାଥଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। କିଛିଦିନ ପରେ ଆସାମୀ ସ୍ବାମୀ ପ୍ରକାଶ ନାଥ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଉଥିଲେ। ଝୁନାଙ୍କ ପେଟକୁ ଗୋଇଠା ମାରି ତାଙ୍କର ଗର୍ଭ ନଷ୍ଟ କରିଥିବା ଅଭିଯୋଗକାରୀ ତଥା ତାଙ୍କ ବାପା କଣ୍ଡୁରି ନାଥ ଏତଲାରେ ଦର୍ଶାଇଥିଲେ। ୨୦୨୦ ଜୁନ୍ ୧୫ ତାରିଖରେ ଆସାମୀ ପ୍ରକାଶ ପନିକି ଧରି ପତ୍ନୀଙ୍କୁ ହାଣି ଫେରାର ହୋଇ ଯାଇଥିଲା। ପରିବାର ଲୋକ ଗୁରୁତର ଅବସ୍ଥାରେ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ଓ ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ତିର୍ତ୍ତୋଲ ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା। ସମସ୍ତ ତଥ୍ୟ, ପ୍ରମାଣ ଓ ସାକ୍ଷ୍ୟକୁ ଭିତ୍ତି କରି କୋର୍ଟ ଉପରୋକ୍ତ ରାୟ ଶୁଣାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.7 ° C
    32.7 °
    32.7 °
    22 %
    2kmh
    0 %
    Wed
    37 °
    Thu
    37 °
    Fri
    39 °
    Sat
    40 °
    Sun
    38 °

    ସମ୍ବନ୍ଧିତ