Saturday, October 3, 2026
24.7 C
Odisha

    ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆଇପିଏଲ୍‌ ଆରମ୍ଭ

    ଆଗକୁ ପଢନ୍ତୁ

    କୋଲକାତା : ଇଡେନ୍ ଗାର୍ଡେନ୍‌ସରେ ରଙ୍ଗାରଙ୍ଗ ଉଦ୍‌ଘାଟନ ଉତ୍ସବ ସହ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ର ବିଗୁଲ୍‌ ବାଜିଛି। ଶନିବାର ସନ୍ଧ୍ୟାରେ ଏହି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାଁ। ଘରୋଇ ଦଳ କଲକାତା ନାଇଟ୍‌ ରାଇଡର୍ସର ମାଲିକ ଭାବେ ଶାହ୍‌ରୁଖ୍‌ ଆଇପିଏଲ୍‌ର ୧୮ଶ ସଂସ୍କରଣର ୧୦ଟି ଦଳ ସହ ଖେଳାଳିଙ୍କୁ ସ୍ବାଗତ କରିଥିଲେ। ଗୋଟିଏ ବର୍ଷର ଅପେକ୍ଷା ପରେ ଆଇପିଏଲ୍‌ ଆରମ୍ଭ ହୋଇଛି। ବଲିଉଡ୍‌ର ନାମୀ ଗାୟିକା ଶ୍ରେୟା ଘୋଷାଲ ପ୍ରଥମେ ମଞ୍ଚ ଉପରକୁ ଆସିଥିଲେ। ତାଙ୍କ ମିଠା ସ୍ବରରେ ଶ୍ରେୟା ସମବେତ ୭୦ ହଜାର ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଭୁଲ୍‌ ଭୁଲେୟାର ‘ଆମି ଜୋ ତୋମାର୍‌’ ଗୀତରୁ ଶ୍ରେୟା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରେ ଦିୱାନ୍‌ଗି ଦିୱାନ୍‌ଗି, ଢୋଲ୍‌ ବାଜେ, ମା’ ତୁଝେ ସଲାମ୍‌ ପରି ସୁପରହିଟ୍‌ ଗୀତ ଗାଇ ଶ୍ରେୟା ଘୋଷାଲ ସମସ୍ତଙ୍କ ମନ ଜିଣିିଥିଲେ। ପରେ ବଲିଉଡ୍‌ ନାୟିକା ଦିଶା ପଟ୍‌ନି ଏକ ଲୋକପ୍ରିୟ ସଂଗୀତରେ ନୃତ୍ୟ କରିଥିଲେ। ଆଇପିଏଲ୍‌ର ୧୮ଶ ସଂସ୍କରଣ ଆରମ୍ଭ ପୂର୍ବରୁ କେକ୍ କଟା ଯାଇଥିଲା। ପରେ କଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ର ଦୁଇ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ରଜତ ପଟିଦାର ମଧ୍ୟ ମଞ୍ଚ ଉପରକୁ ଆସିଥିଲେ। ବିସିସଆଇ ସଭାପତି ରଜର ବିନ୍ନି, ସମ୍ପାଦକ ଦେବଜିତ ସାଇକିଆ, ଉପସଭାପତି ରାଜୀବ ଶୁକ୍ଳା, ଆଇପିଏଲ୍‌ ଅଧ୍ୟକ୍ଷ ଅରୁଣ ସିଂହ ଧୁମଲ ପ୍ରମୁଖ ମଞ୍ଚ ଉପରକୁ ଆସିଥିଲେ। କଲକାତାରେ ଶନିବାର ଆଇପିଏଲ୍‌ ଆରମ୍ଭ ହୋଇଥିବା ବେ​‌ଳେ ମେ’ ୨୫ରେ ଏହିଠାରେ ହିଁ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବ। ଗତବର୍ଷ ପରି ଏଥର ମଧ୍ୟ ଦେଶର ୧୩ଟି ସହରରେ ଆଇପିଏଲ୍‌ ଖେଳାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    83 %
    1.4kmh
    16 %
    Sat
    24 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ