Tuesday, September 29, 2026
28.1 C
Odisha

    ରାଉରକେଲା ଅଫିସ୍ ଓ ଘରେ ସିବିଆଇ ଚଢାଉ

    ଆଗକୁ ପଢନ୍ତୁ

    ରାଉରକେଲା: ରାଉରକେଲା ସିବିଆଇ ଚଢ଼ାଉ । ଆରପିଏଫ ଇନିସପେକ୍ଟର କମଲେଶ ସମାଦାରଙ୍କ ରାଉରକେଲା ଅଫିସ୍ ଓ ଘରେ ସିବିଆଇ ଚଢାଉ। ରାତି ପ୍ରାୟ ୧୦ ଟାରେ ସିବିଆଇର ସ୍ବତନ୍ତ୍ର ଟିମ ଚଢ଼ାଉ କରିଛି । ଖଡ଼ଗପୁର ଡିଭିଜନରୁ ଆସି ଚକ୍ରଧରପୁର ଡିଭିଜନର ରାଉରକେଲା ରେଲୱେ ଷ୍ଟେସନରେ ଦାୟିତ୍ୱରେ ଥିଲେ ଶ୍ରୀଯୁକ୍ତ କମଲେଶ ସମାଦାର ।

    ଗତମାସ ସୂଚନାନୁଯାୟୀ, ସିବିଆଇ ଜାଲରେ ଫସିଥିଲେ ବାଲେଶ୍ଵର CGST ସୁପରିଣ୍ଟେଣ୍ଡେଣ୍ଟ । ବାଲେଶ୍ୱର କେନ୍ଦ୍ରୀୟ ଜିଏସଟି (CGST) କାର୍ଯ୍ୟାଳୟରେ ଶୁକ୍ରବାର ସିବିଆଇ (CBI) ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଥିଲା । ୧୬ ଲକ୍ଷ ଟଙ୍କାର GST ରିଫଣ୍ଡ ମୁକ୍ତ କରିବା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ CGST ସୁପରିଟେଣ୍ଡଣ୍ଟ ଓମ ପ୍ରକାଶ ନାୟକଙ୍କୁ ସିବିଆଇ ରେଡ୍ ହ୍ୟାଣ୍ଡ ଧରିଥିଲା ।

    ଜଣେ ଅଭିଯୋଗକାରୀଙ୍କର ପ୍ରାୟ ୧୬ ଲକ୍ଷ ଟଙ୍କାର GST ରିଫଣ୍ଡ ବାକି ରହିଥିଲା । ଏହି ଟଙ୍କା ମଞ୍ଜୁର କରିବା ପାଇଁ ସୁପରିଟେଣ୍ଡଣ୍ଟ ପ୍ରକାଶ ନାୟକ ଲାଞ୍ଚ ଦାବି କରିଥିଲେ । ତେବେ ଅଭିଯୋଗକାରୀ ଏ ସମ୍ପର୍କରେ ସିବିଆଇର ଦ୍ୱାରସ୍ଥ ହୋଇଥିଲେ । ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇ ଏକ ସ୍ୱତନ୍ତ୍ର ଜାଲ ବିଛାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ