Wednesday, August 12, 2026
29.7 C
Odisha

    ରାଜଧାନୀରେ ଆଜିଠୁ ନୂଆ ନିୟମ, ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଗାଡ଼ିରେ ତେଲ ପକାଇପାରିବେ ନାହିଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସାଂଘାତିକ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ । ଦିଲ୍ଲୀରେ ଆଜିଠୁ ନୋ ପିୟୁସି ନୋ ଫୁଏଲ୍ ନିୟମ ଲାଗୁ । ପ୍ରଦୂଷଣ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ । ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ, କେବଳ BS-VI ଅନୁପାଳନକାରୀ ଯାନଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।

    କେବଳ ଆମ୍ବୁଲାନ୍ସ, ଅଗ୍ନିଶମ ଓ ପୋଲିସ ବିଭାଗର ଗାଡିକୁ ମିଳିବ ରିହାତି । ବାୟୁ ଗୁଣବତ୍ତାମାନ ଅତ୍ୟନ୍ତ ଖରାପ ଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି । AQI ମାନ ୨୮୪ରେ ପହଞ୍ଚିଛି । ପ୍ରଦୂଷଣକୁ ନଜରରେ ରଖି ଆଜିଠୁ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ ହୋମରେ କାମ କରିବେ । ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । କିଛି ଦିନ ହେଲା ଦିଲ୍ଲୀ-ଏନସିଆରରେ ବାୟୂ ପ୍ରଦ୍ୟୁଷଣ ବଢ଼ିଚାଲିଛି। ପୂର୍ବରୁ ଅନଲାଇନରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    69 %
    2.4kmh
    74 %
    Wed
    32 °
    Thu
    27 °
    Fri
    26 °
    Sat
    27 °
    Sun
    28 °

    ସମ୍ବନ୍ଧିତ