Thursday, April 23, 2026
41.5 C
Odisha

    ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ, ଗିରଫ ହେଲା ପତ୍ନୀହନ୍ତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଗିରଫ ହେଲା ପତ୍ନୀହନ୍ତା ସ୍ବାମୀ । ବଡଗଡ ଥାନା ବାଙ୍କୁଆଳରେ ଘଟିଛି ଏଭଳି ଅଭାବନୀୟ ହତ୍ୟାକାଣ୍ଡ । ଅଭିଯୁକ୍ତ ତଥା ବ୍ୟବସାୟୀ ସୁଶାନ୍ତ ସ୍ୱାଇଁ ଗିରଫ ହୋଇଛି । ମୃତ ମହିଳା ହେଲେ ଅମ୍ବିକା ସ୍ବାଇଁ ।

    ସୁଶାନ୍ତଙ୍କୁ ପ୍ରେମ କରି ବିବାହ କରିଥିଲେ ଅମ୍ବିକା । ସେମାନଙ୍କ ଏକ ପୁଅ ମଧ୍ୟ ରହିଛି । ସୁଶାନ୍ତ ପରିବା ବ୍ୟବସାୟୀ କରି ପରିବାର ଚଳାଉଥିଲେ । ଗତକାଲି ବିଭିନ୍ନ କାରଣକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ପଡୋଶୀ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିନଥିଲା । ବିଳମ୍ବିତ ରାତିରେ ପତ୍ନୀ ଅମ୍ବିକାଙ୍କ ପିଟିପିଟି ଚେତାଶୂନ୍ୟ କରି ଦେଇଥିଲେ ସ୍ବାମୀ । ସେ ଅଚେତ ହୋଇଥିବା ଦେଖି ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ସୁଶାନ୍ତ । ଅମ୍ବିକାଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଯୋଜନା ମଧ୍ୟ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥଲା । ତେଣୁ ହତ୍ୟା ପରେ ସୁଶାନ୍ତ ଫେରାର ହେବାକୁ ଉଦ୍ୟମ ବେଳେ ପୋଲିସ ତାଙ୍କୁ ଗିରଫ କରିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    41.5 ° C
    41.5 °
    41.5 °
    8 %
    4.4kmh
    100 %
    Thu
    41 °
    Fri
    43 °
    Sat
    43 °
    Sun
    44 °
    Mon
    45 °

    ସମ୍ବନ୍ଧିତ