Friday, October 2, 2026
25.2 C
Odisha

    ରାଜପାଲଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଚେକ୍‌ ବାଉନ୍ସ ମାମଲାରେ ଗିରଫ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଆସନ୍ତା ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ରାଜପାଲ ଆବେଦନ କରିଥିଲେ। ଗୁରୁବାର ଏହାର ଶୁଣାଣି କରି ଜଷ୍ଟିସ ସ୍ବର୍ଣ୍ଣକାନ୍ତ ଶର୍ମା କହିଛନ୍ତି ଯେ ଆପଣ ନିଜର ପ୍ରତିଶ୍ରୁତି ରକ୍ଷା କରିନପାରି ବର୍ତ୍ତମାନ ଜେଲରେ ରହିଛନ୍ତି।

    ତେଣୁ ଜାମିନ ପାଇଁ ଏତେଟା ବ୍ୟସ୍ତ ହେବା ଅନାବଶ୍ୟକ। ଅଭିଯୋଗ ଅନୁଯାୟୀ ୨୦୧୦ରେ ‘ଆତା ପତା ଲାପତା’ ଚଳଚ୍ଚିତ୍ର ନିର୍ମାଣ କରିବାକୁ ରାଜପାଲ ଓ ତାଙ୍କର ପତ୍ନୀ ମେସର୍ସ ମୁରଲୀ ପ୍ରୋଜେକ୍ଟ୍‌ସ ପ୍ରାଇଭେଟ ଲିମିଟେଡ କମ୍ପାନୀ ନିକଟରୁ ୫ କୋଟି ଟଙ୍କାର ଋଣ ନେଇଥିଲେ। ସୁଧ ସହ ୮ କୋଟି ଟଙ୍କା ଫେରସ୍ତ କରିବାକୁ ରାଜପାଲ ଉକ୍ତ କମ୍ପାନୀକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ନେଣଦେଣ ୭ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ତଦନୁଯାୟୀ ରାଜପାଲ ଉକ୍ତ କମ୍ପାନୀକୁ ପ୍ରତ୍ୟେକ ଏକ କୋଟି ଟଙ୍କାର ୭ଟି ଚେକ୍‌ ଦେଇଥିଲେ। ତେବେ ଏହି ଚେକ୍‌ଗୁଡିକ ବାଉନ୍ସ କରିବା ପରେ କମ୍ପାନୀ ରାଜପାଲଙ୍କ ନାମରେ ମାମଲା ଦାଏର କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ