Wednesday, October 7, 2026
21.5 C
Odisha

    ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଓଡ଼ିଆ ଚଳଚ୍ଚିତ୍ର ‘ରଙ୍ଗଶୁର’ର ନିର୍ମାତା ଓ କଳାକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବାଘ ନାଚ ଉପରେ ଆଧାରିତ ତଥା ନାରୀ ସଶକ୍ତିକରଣ ଓ ଜଙ୍ଗଲ ବଞ୍ଚାଅ ଅଭିଯାନର ବାର୍ତ୍ତାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର “ରଙ୍ଗଶୁର”ର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା, ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରତାପ ରାଉତ, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, ଅଭିନେତା ସମରେଶ ଓ ଅଭିନେତ୍ରୀ ଶୁଭଶ୍ରୀ ଆଜି ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତକରି ରଙ୍ଗଶୁର ସିନେମା ନିର୍ମାଣ କରିବାର ମୂଳଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏଭଳି ଏକ ପ୍ରାଚୀନ ଲୋକନୃତ୍ୟକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରି ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ସାହସ କରିଥିବାରୁ ରାଜ୍ୟପାଳ ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ସାବାସୀ ଜଣାଇଥିଲେ। ଚଳଚ୍ଚିତ୍ର ରଙ୍ଗଶୁର କିପରି ଓଡିଶା ତଥା ପ୍ରବାସୀଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ସବିଶେଷ ଆଲୋଚନା ହୋଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ କିପରି ଆହୁରି ଉନ୍ନତି କରିବ ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ କିପରି ଆହୁରି ଆଗକୁ ଆଗେଇ ପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ରାଜ୍ୟପାଳ ରଙ୍ଗଶୁର ଟିମ୍ ସହିତ ଦୀର୍ଘ ସମୟ ଧରି ଆଲୋଚନା କରି ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    86 %
    1.2kmh
    4 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ