Monday, October 19, 2026
21.9 C
Odisha

    ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ: ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶଙ୍ଖ ଭବନରେ ଆୟୋଜିତ ନବରଙ୍ଗପୁର ଜିଲ୍ଲା ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗଦେଇ ଜିଲ୍ଲାର କାର୍ଯ୍ୟକର୍ତ୍ତା, କର୍ମୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି। ଏହି ସଭାରେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ସଦାଶିବ ପ୍ରଧାନୀ, ମଞ୍ଜୁଳା ମାଝୀ ପ୍ରମୁଖ ଯୋଗଦେଇ ଦଳୀୟ ସଂଗଠନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

    ନବରଙ୍ଗପୁର ନେତୃମଣ୍ଡଳୀ ତାଙ୍କ ଅଭିଭାଷଣରେ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନରେ ଥିବା କଟଗାଁ ଗ୍ରାମର ଜଣେ ଆଦିବାସୀ ନାବାଳିକା ଝିଅକୁ ବଳାକ୍ରାର କରି ହତ୍ୟା କରାଯାଇଅଛି। ଝିଅଟି ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ଆଉ ଫେରି ନଥିଲା। ତା’ର ବାପାମା’ ଖୋଜାଖୋଜି କରିବା ପରେ ଗ୍ରାମ ଠାରୁ ଅନତି ଦୂରରେ ଝିଅର ବିବସ୍ତ୍ର ଶବ ମିଳିଥିଲା। ତା’ର ବାପାମା ଥାନାରେ ଏତଲା ଦେଇଥିଲେ ଯେ, ତାଙ୍କ ଝିଅକୁ ଦୁର୍ବୃତ୍ତମାନେ ବଳାକ୍ରାର କରିବା ସହ ମାରି ଦେଇଛନ୍ତି। ଏହି ଏତଲା ଉପରେ ସ୍ଥାନୀୟ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହାର ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ବିଜେଡି ଆସନ୍ତା ୨୬ ତାରିଖ ଦିନ ସମ୍ପୂର୍ଣ୍ଣ ଜିଲ୍ଲାରେ ୧୨ ଘଣ୍ଟିଆ ହରତାଳ ଡାକରା ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ