ଭୁବନେଶ୍ୱର : ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟର ୪ ସହରରେ ୧୦ ଡିଗ୍ରୀ ସେଲସିୟସରୁ କମ ରହିଛି ପାରଦ । ସେମିଳିଗୁଡ ରେ ୭.୧ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଜି ଉଦୟଗିରି ରେ ୭.୪ ଡିଗ୍ରୀ ସେଲସିୟସ, ଦାରିଙ୍ଗବାଡି ୭.୫ ଡିଗ୍ରୀ ସେଲସିୟସ ଏବଂ ଫୁଲବାଣୀ ରେ ୮.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଡିଗ୍ରୀ ସେଲସିୟସରୁ ତଳେ ରହିଛି ରାଜ୍ୟର ୯ ସହର ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ରେ ୧୦.୯ ଡିଗ୍ରୀ ସେଲସିୟସ, ରାଉରକେଲା ରେ ୧୧.୧ ଡିଗ୍ରୀ ସେଲସିୟସ, ଚିପିଲିମା ରେ ୧୧.୨ ଡିଗ୍ରୀ ସେଲସିୟସ, କିରେଇ ରେ ୧୧.୫ ଡିଗ୍ରୀ ସେଲସିୟସ, ଭବାନୀପାଟଣା ରେ ୧୧.୫ ଓ ଅନୁଗୁଳରେ ୧୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଅନ୍ୟପଟେ ଟୁଇନ ସିଟିରେ ମଧ୍ୟ ଖସିଛି ପାରଦ । ୧୪ ଡିଗ୍ରୀ ସେଲସିୟସରୁ ତଳମୁହା ଭୁବନେଶ୍ୱର କଟକ ର ତାପମାତ୍ରା । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୧୪.୧ ଡିଗ୍ରୀ ସେଲସିୟସ ଓ କଟକ ରେ ୧୪.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ତଳମୁହା ରହିବ ପାରଦ । ଅନ୍ୟପଟେ ଶୀତ ସହ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ମଧ୍ୟ ରାଜ୍ୟରେ ଦେଖିବାକୁ ମିଳିବ । କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ର ଆସ୍ତରଣ ଦେଖିବାକୁ ମିଳିଛି । ଆଗକୁ ଆହୁରି ତାପମାତ୍ରା ହ୍ରାସ ପାଇବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

