Tuesday, July 21, 2026
24.9 C
Odisha

    ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା, ୧୬ରୁ ଅଧିକ ଜିଲ୍ଲାକୁ ସତର୍କତା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ରାଜ୍ୟରେ କିଛି ଜିଲ୍ଲାକୁ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସମେତ ଅନ୍ୟ କିଛି ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି ହୋଇଛି । କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ।

    ରଥଯାତ୍ରାକୁ ନେଇ ପୁରୀ ପାଇଁ ମଧ୍ୟ ସ୍ୱତନ୍ତ୍ର ପାଣିପାଗ ସୂଚନା ଜାରି ହୋଇଛି । ତାପମାତ୍ରା ୩୨ରୁ ୩୪ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ । ବଜ୍ରପାତ ସମୟରେ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଗତ ୨୪ ଘଣ୍ଟାରେ ନୟାଗଡ଼ ଭାପୁରରେ ସର୍ବାଧିକ ୯୮.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । କଳାହାଣ୍ଡି ଗୋଲାମୁଣ୍ଡାରେ ୮୪ ମିଲିମିଟର, ବରଗଡ଼ ପଦମପୁରରେ ୮୨ ଏବଂ ପାଇକମାଳରେ ୭୮ ମିଲିମିଟର ବର୍ଷା ହୋଇଛି।

    ଜୁନ୍ ୧ରୁ ଜୁଲାଇ ୧୯ ଯାଏଁ ରାଜ୍ୟର ମୋଟ ବର୍ଷା ୪୬୩.୮ ମିଲିମିଟର ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷା ୪୦୫.୫ ମିଲିମିଟର ତୁଳନାରେ ୧୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ସୋନପୁରରେ ୧୦୨ ପ୍ରତିଶତ ଏବଂ ବରଗଡ଼ରେ ୬୧ ପ୍ରତିଶତ ଅଧିକ ବର୍ଷା ହୋଇଛି । କନ୍ଧମାଳରେ ୬୬, କେନ୍ଦ୍ରାପଡ଼ାରେ ୭୬ ଏବଂ ଜଗତସିଂହପୁରରେ ୬୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.9 ° C
    24.9 °
    24.9 °
    91 %
    1.5kmh
    100 %
    Tue
    28 °
    Wed
    25 °
    Thu
    26 °
    Fri
    28 °
    Sat
    25 °

    ସମ୍ବନ୍ଧିତ