Sunday, October 5, 2025
23.8 C
Odisha

    ରାଜ୍ୟରେ ନାହିଁ ବନ୍ୟା ସ୍ଥିତି: ସର୍ବୋଚ୍ଚ ଯନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବଂଶଧାରା । ଏବେ କାଶୀନଗରରେ ୫୪.୧୬ ମିଟରରେ ପ୍ରବାହିତ ହେଉଛି । ବଂଶଧାରାକୁ ବାଦ୍ ଦେଲେ ଅନ୍ୟ ନଦୀ ଗୁଡିକ ମଧ୍ୟ ବିପଦ ସଙ୍କେତ ତଳେ ରହିଛି । ଏବେ ବର୍ଷା କମିଥିବାରୁ ନଦୀର ଜଳସ୍ତର କମିବାରେ ଲାଗିଛି । ଗତକାଲି ଖୋର୍ଦ୍ଧା ଓ ବାଲିଆପାଳରେ ବ୍ଲକରେ ସର୍ବାଧିକ ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେଣୁ ଏବେ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ।

    ଅନ୍ୟପଟେ ଅକ୍ଟୋବର ୯ରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଆଜି ସହ ଆସନ୍ତା ଦୁଇ ଦିନ ବିଜୁଳି ଘଡଘଡ଼ି ସହ ହାଲୁକା ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    94 %
    0.9kmh
    100 %
    Sun
    29 °
    Mon
    28 °
    Tue
    30 °
    Wed
    29 °
    Thu
    28 °

    ସମ୍ବନ୍ଧିତ