Thursday, March 26, 2026
26.8 C
Odisha

    ରାଜ୍ୟରେ ବଢ଼ୁଛି ତାତି, ୪୦ ଡିଗ୍ରୀ ଛୁଇଁପାରେ ଦିନ ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ବଢ଼ୁଛି ତାତି ।  ୪୦ ଡିଗ୍ରୀ ଛୁଇଁପାରେ ଦିନ ତାପମାତ୍ରା ।  ଗତ ୨୪ ଘଣ୍ଟାରେ ଝାରସୁଗୁଡାରେ ସର୍ବାଧିକ ୩୯ ଡିଗ୍ରୀ ସେଲସିଅସ୍ ଏବଂ ରାଉରକେଲାରେ ସର୍ବନିମ୍ନ ୧୩.୭ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି।  ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୩୬.୮ ଓ ସର୍ବନିମ୍ନ ୧୯.୨ ଡିଗ୍ରୀ ସେଲସିଅସ୍ ରହିଥିବାବେଳେ କଟକରେ ୩୪.୮ ଓ ୧୮ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି ।

    ସମଗ୍ର ରାଜ୍ୟରେ ଆସନ୍ତା ୬ରୁ ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନହେବା ସତ୍ୱେ ଗରମ ଜାରି ରହିବ ।  କଟକରେ ଦିନ ତାପମାତ୍ରା ୩୫ରୁ ୩୬ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ଥିବାବେଳେ ରାତି ତାପମାତ୍ରା ୨୦ରୁ ୨୩ ଡିଗ୍ରୀ ମଧ୍ୟରେ ରହିପାରେ ।  ସେହିପରି ରାଜଧାନୀ ଭୁବନେଶ୍ବରରେ ଦିନ ତାପମାତ୍ରା କ୍ରମେ ବୃଦ୍ଧି ପାଇ ୩୬ରୁ ୩୯ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି ।  ରାତି ତାପମାତ୍ରା ୨୧ରୁ ୨୪ ଡିଗ୍ରୀ ମଧ୍ୟରେ ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ