Tuesday, May 5, 2026
37.8 C
Odisha

    ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ – ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଆଜି ବିଧାନସଭା ପ୍ରଶ୍ନକାଳ ସ୍ୱାଭାବିକ ଚାଲିଛି । ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଶୀତଳ ଭଣ୍ଡାର ନେଇ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି । ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍‌ଡାର କାର୍ଯ୍ୟକ୍ଷମ ଅଛି । ବିଗତ୧୦ବର୍ଷରେ ରାଜ୍ୟରେ ୨୬ଟି ଶୀଳତ ଭଣ୍ଡାର ନିର୍ମାଣ ହୋଇଛି । ଏବେ ୨୨ଟି କାର୍ଯ୍ୟକ୍ଷମ ଓ ୪ଟି କାର୍ଯ୍ୟକ୍ଷମ ନାହିଁ । ଏହି ୨୨ଟି ମଧ୍ୟରୁ ୨୦ଟି ସରକାରୀ ଓ ୭୮ଟି ବେସରକାରୀ ଶୀତଳଭଣ୍ଡାର ରହିଛି । ସବ ଡିଭିଜନ ସ୍ତରରେ ୫୮ଟି ନିର୍ମାଣ ଲକ୍ଷ୍ୟ ରହିଛି, ଏଥିପାଇଁ ୨୫୨କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୧୫ଟି ନୂଆ ଓ ୨ଠି ଅଚଳ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଦରଖାସ୍ତ ପହଞ୍ଚିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37.8 ° C
    37.8 °
    37.8 °
    29 %
    4.9kmh
    14 %
    Tue
    33 °
    Wed
    39 °
    Thu
    39 °
    Fri
    39 °
    Sat
    41 °

    ସମ୍ବନ୍ଧିତ